Latest Odisha News

BREAKING NEWS

ଫିଫା ବିଶ୍ୱକପ: ୪ ବଡ ଟିମ ଯୋଗ୍ୟତା ହାସଲରେ ବିଫଳ

ନୂଆଦିଲ୍ଲୀ: ୧୨ ଜୁନରୁ ଫିଫ ବିଶ୍ୱକପ ଆରମ୍ଭ ହେବ । ଫୁଟବଲର ଏହି ମେଗା ଇଭେଂଟରେ ଏଥର ୪୮ ଟିମ ଅଂଶଗ୍ରହଣ କରୁଛନ୍ତି । ତେବେ ୪ଟି ବଡ ଟିମ ଏହି ବିଶ୍ୱକପରେ ଖେଳି ନ ପାରିବା ପ୍ରଶଂସକଙ୍କୁ ନିରାଶ କରିଛି । ଆମେରିକା, ମେକ୍ସିକୋ ଓ କାନାଡାରେ ବିଶ୍ୱକପ ଆୟୋଜିତ ହେଉଛି । ନାଇଜେରିଆ, ଡେନମାର୍କ, ପୋଲାଣ୍ଡ ଓ ୟୁକ୍ରେନ ଏଥର ବିଶ୍ୱକପରେ ଖେଳିବେ ନାହିଁ । ୪ ଥର ବିଶ୍ୱ ଚାମ୍ପିୟନ ଇଟାଲୀ ୧୯୩୪ରେ ପ୍ରଥମ ଥର ଟାଇଟଲ ହାସଲ କରିଥିଲା । ଏହା ପରେ ୧୯୩୮, ୧୯୮୨ ଓ ୨୦୦୬ରେ ଚାମ୍ପିୟନ ହୋଇଥିଲା ।

ସେହିପରି ବିଶ୍ୱର ୨୬ ନମ୍ବର ମାନ୍ୟତାପ୍ରାପ୍ତ ନାଇଜେରିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛି । ଅନ୍ୟ ଟିମ ମଧ୍ୟରେ ୟୁକ୍ରେନ ମଧ୍ୟ କ୍ୱାଲିଫାଇ କରିପାରି ନାହିଁ । ୨୦୦୬ ପରଠାରୁ ଏହି ଦେଶ ଆଉ ବିଶ୍ୱକପ ଯୋଗ୍ୟତା ଅର୍ଜନ କରିନି । ପୋଲାଣ୍ଡ ପ୍ରଶଂସକମାନଙ୍କୁ ଏଥର ନିରାଶ ହେବାକୁ ପଡିବ । ଗତ ବିଶ୍ୱକପରେ ରାଉଣ୍ଡ ସିକ୍ସଟିନରେ ପ୍ରବେଶ କରିଥିବା ପୋଲାଣ୍ଡ ୟୁଇଏଫଏ କ୍ୱାଲିଫାଇଂ ଫାଇନାଲରେ ସ୍ୱୀଡେନ ନିକଟରୁ ୩-୨ରେ ହାରିବା ସହ ଯୋଗ୍ୟତା ହାସଲରେ ବିଫଳ ହୋଇଥିଲା ।

Leave A Reply

Your email address will not be published.