ନୂଆଦିଲ୍ଲୀ: ଆମେରିକା, କାନାଡା ଓ ମେକ୍ସିକୋ ମିଳିତ ଭାବେ ଫିଫା ବିଶ୍ୱକପ ଆୟୋଜିତ ହେବାକୁ ଯାଉଛି । ଜୁନ ୧୧ରୁ ଏହା ଆରମ୍ଭ ହେବ । ୧୬ଟି ସହରରେ ୧୦୪ ମୁକାବିଲା ଖେଳାଯିବ । ଜୁଲାଇ ୧୯ରେ ନ୍ୟୁ ଜର୍ସି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଆୟୋଜିତ ହେବ । ଏପ୍ରିଲ ୧ ପରେ ସମସ୍ତ ୪୮ ଟିମ ଚୂଡାନ୍ତ ହୋଇଛି । କ୍ରମାଗତ ତୃତୀୟ ଥର ପାଇଁ ଇଟାଲୀ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛି । ବୋସନିଆ ନିକଟରୁ ପେନାଲ୍ଟି ଶୁଟଆଉଟ ହାରିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ୨୦୧୪ ପରେ ବୋସନିଆ ପୂନର୍ବାର ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିଛି । ୟୁରୋପୀୟ ପ୍ଲେ ଅଫ ଫାଇନାଲରେ ବିଜୟ ହାସଲ କରି ସ୍ୱୀଡେନ, ତୁର୍କୀ ଓ ଚେକ ଗଣରାଜ୍ୟ ଯୋଗ୍ୟତା ହାସଲ କରିଛନ୍ତି ।
ଯୋଗ୍ୟତା ହାସଲ କରିଥିବା ଟିମ- ଗ୍ରୁପ ଏ: ମେକ୍ସିକୋ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ ଚେକ ରିପବ୍ଲିକ । ଗ୍ରୁପ ବି: କାନାଡା, ବୋସନିଆ, କତାର, ସ୍ୱିଜରଲାଣ୍ଡ । ଗ୍ରୁପ ସି: ବ୍ରାଜିଲ, ମରକ୍କୋ, ହ୍ୟାତି, ସ୍କଟଲାଣ୍ଡ । ଗ୍ରୁପ ଡି: ଆମେରିକା, ପାରାଗୁଏ, ଅଷ୍ଟ୍ରେଲିଆ, ତୁର୍କୀ । ଗ୍ରୁପ ଇ: ଜର୍ମାନୀ, କୁରାକାଓ, ଆଇଭରିକୋଷ୍ଟ, ଇକ୍ୱେଡର । ଗ୍ରୁପ ଏଫ: ନେଦରଲାଣ୍ଡସ, ଜାପାନ, ସ୍ୱୀଡେନ, ଟ୍ୟୁନିସିଆ । ଗ୍ରୁପ ଜି:ବେଲଜିୟମ, ମିଶର, ଇରାନ, ନ୍ୟୁଜିଲାଣ୍ଡ । ଗ୍ରୁପ ଏଚ: ସ୍ପେନ, କେପବୋର୍ଡ, ସାଉଦିଆରବ, ଉରୁଗୁଏ । ଗ୍ରୁପ ଆଇ: ଫ୍ରାନ୍ସ, ସେନେଗଲ, ନରୱେ, ଇରାକ । ଗ୍ରୁପ ଜେ: ଆର୍ଜେଂଟିନା, ଆଲଜେରିଆ, ଅଷ୍ଟ୍ରିଆ, ଜୋର୍ଡାନ । ଗ୍ରୁପ କେ: ପର୍ତୁଗାଲ, ଡିଆରକଙ୍ଗୋ, ଉଜବେକିସ୍ତାନ, କଲମ୍ବିଆ । ଗ୍ରୁପ ଏଲ: ଇଂଲଣ୍ଡ, କ୍ରୋଏସିଆ, ଘାନା, ପାନାମା