Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ: ବେଲଜିୟମ, ମେକ୍ସିକୋ ଓ ଜର୍ମାନୀ ଜିତିଲେ ମ୍ୟାଚ

ମସ୍କୋ: ଏବେ ବିଶ୍ୱକପର ସମସ୍ତ ମ୍ୟାଚ ଗୁଡ଼ିକ ବେଶ୍ ରୋମାଞ୍ଚକର ହେଉଛି । ସବୁ ମ୍ୟାଚରେ କର ବା ମର ପରିସ୍ଥିତି । କାରଣ ପ୍ରି-କ୍ୱାର୍ଟର୍ ଫାଇନାଲରେ ସ୍ଥାନ ବଜାୟ ରଖିବାକୁ ସବୁ ଦଳ ଗୁଡ଼ିକ ପ୍ରାଣପଣେ ଅଣ୍ଟା ଭିଡ଼ିଛନ୍ତି । ଚମତକାର ଫୁଟବଲ ଦେଖିବାକୁ ମିଳିଥିଲା ଶନିବାର ଦିନ ବିଶ୍ୱକପ ଫୁଟବଲରେ । ସୁନ୍ଦର ଖେଳ ପ୍ରଦର୍ଶନ କରି ସେମାନଙ୍କ ମ୍ୟାଚ ଜିତିପାରିଛନ୍ତି ବେଲଜିୟମ, ମେକ୍ସିକୋ ଓ ଜର୍ମାନୀ ଦଳ ।

ଏକ ରୋମାଞ୍ଚ ଭରା ମ୍ୟାଚରେ ଜର୍ମାନୀ ସ୍ୱିଡ଼େନକୁ ୨-୧ ଗୋଲରେ ପରାସ୍ତ କରିଛି । ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିଲେ ମଧ୍ୟ ୨ୟ ମ୍ୟାଚରେ ବିଜୟୀ ହୋଇ ପ୍ରି-କ୍ୱାର୍ଟର ଖେଳିବାକୁ ଜର୍ମାନୀ ଆଶା ବାନ୍ଧିଛି । ସମୁଦାୟ ୯୦ ମିନିଟର ଖେଳ ଶେଷ ବେଳକୁ ଉଭୟ ଦଳ ୧-୧ ସ୍କୋରରେ ରହିଥିଲେ । ନିଶ୍ଚିତ ଅମିମାଂସିତ ରହିବାକୁ ଥିବା ମ୍ୟାଚ ପରେ ଜର୍ମାନୀ ବିଶ୍ୱକପରୁ ବିଦାୟ ନେଇଥାନ୍ତା । କିନ୍ତୁ ୫ ମିନିଟର ଏନଜ୍ୟୁରି ଟାଇମର ଶେଷ କ୍ଷଣରେ ଜର୍ମାନୀର ଟୋନୀ କ୍ରୁସ୍ ବିଜୟ ସୂଚକ ଗୋଲ୍ ଦେଇ ଦଳକୁ ବିଶ୍ୱକପରେ ସ୍ଥାନ ବଜାୟ ରଖିଥିଲେ ।

ସେହିପରି ଏସୀୟ ରାଷ୍ଟ୍ର କୋରିଆ ସବୁ ଦୃଷ୍ଟିରୁ ଭଲ ଖେଳିଥିଲେ ମଧ୍ୟ ଦୁର୍ବଳ ସେଣ୍ଟର ଫରୱାର୍ଡ଼ ଯୋଗୁଁ ଅନେକ ଗୋଲ ଦେବାରୁ ବଞ୍ଚିତ ହୋଇଥିଲା । ଫଳରେ ମେକ୍ସିକୋ ଠାରୁ ପରାଜିତ ହୋଇ ଏକପ୍ରକାର ବିଶ୍ୱକପରୁ ବିଦାୟ ନେଲା ଦକ୍ଷିଣ କୋରିଆ ଦଳ । ଏହି ମ୍ୟାଚରେ ମେକ୍ସିକୋ ୨-୧ ଗୋଲରେ ବିଜୟୀ ହୋଇପାରିଛି ।

ତେବେ ବେଲଜିୟମ ଦଳ ୫-୨ ଗୋଲରେ ଟ୍ୟୁନିସିଆକୁ ପରାସ୍ତ କରିି ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଛି । ଏହି ମ୍ୟାଚରେ ସ୍କୋର ହୋଇଥିବା ୭ଟି ଗୋଲକୁ ଉପସ୍ଥିତ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ । ବେଲଜିୟମ ପକ୍ଷରୁ କପ୍ତାନ ହାଜାର୍ଡ଼ ଏବଂ ଫଳୱାଡ଼ ଖେଳାଳି ରୋମେଲୁ ଲୁକା ୨ଟି ଲେଖାଏଁ ଗୋଲ ସ୍କୋର କରିଥିଲେ ।

ଆଜି ରବିବାର ଅନୁଷ୍ଠିତ ହେବାକୁ ଥିବା ୩ଟି ମ୍ୟାଚରେ ଜାପାନ-ସେନେଗାଲ, ଇଂଲଣ୍ଡ-ପାନାମା, ପୋଲାଣ୍ଡ-କଲିମ୍ବିଆ ପରସ୍ପରକୁ ଭେଟୁଛନ୍ତି ।

Leave A Reply

Your email address will not be published.