Latest Odisha News

BREAKING NEWS

ବିଜେପି ମହିଳା ମୋର୍ଚ୍ଚା ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଲେ: ରାଜ୍ୟରେ ନାରୀହିଂସା ରୋକିବାକୁ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କାର୍ଯ୍ୟାନୁଷ୍ଠାନ ଦାବୀ

ଭୁବନେଶ୍ୱର : ରାଜ୍ୟରେ ମହିଳାମାନଙ୍କ ପ୍ରତି ବୃଦ୍ଧି ପାଉଥିବା ହିଂସା ଏବଂ ଏହାକୁ ରୋକିବାରେ ରାଜ୍ୟ ସରକାରଙ୍କ ବିଫଳତା ବିରୁଦ୍ଧରେ ଆଜି ବିଜେପି ମହିଳା ମୋର୍ଚ୍ଚାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ଶନିବାର ଦିନ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ମହିଳାଙ୍କ ବିରୁଦ୍ଧରେ ହେଉଥିବା ହିଂସାକୁ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଥିବା କଥା ଆଲୋଚନା କରିଥିଲେ ।

ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ କହିଛନ୍ତି, ଏବେ ନାରୀ ହିଂସା ରୋକିବାକୁ ରାଜ୍ୟ ସରକାର ଯେଉଁ ପରୀ ରଥ କ୍ୟାମ୍ପେନ ଆରମ୍ଭ କରିଛନ୍ତି ତାହା କେବଳ ଆଖିଦୃଶିଆ ।

Leave A Reply

Your email address will not be published.