Latest Odisha News

ଜାଣିଛନ୍ତି କି ବିଶ୍ୱକପ ଗ୍ରୁପ ପର୍ଯ୍ୟାୟର ଶେଷ ଲିଗ ମ୍ୟାଚଗୁଡିକ କାହିଁକି ଏକା ସମୟରେ ଖେଳାଯାଏ

ଦୋହା: କତାରରେ ଚାଲିଥିବା ବିଶ୍ୱକପ ଫୁଟବଲ ଧିରେ ଧିରେ ରୋମାଂଚକ ସ୍ଥିତିକୁ ଯାଉଛି । ବର୍ତମାନ ସୁଦ୍ଧା ଚାମ୍ପିୟନ ଫ୍ରାନ୍ସ, ବ୍ରାଜିଲ ଓ ପର୍ତୁଗାଲ ଟିମ ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରି ସାରିଛନ୍ତି । ଆୟୋଜକ କତାର ଏହି ଦୌଡରୁ ବାଦ ପଡିଛି । ବର୍ତମାନ ବି ୨୮ଟିମ ନିକଟରେ ପ୍ରି-କ୍ୱାର୍ଟର ପ୍ରବେଶ ସୁଯୋଗ ରହିଛି । ଗ୍ରୁୂପ ପର୍ଯ୍ୟାୟର ଶେଷ ଲିଗ ମ୍ୟାଚ ୨୯ରେ ଖେଳାଯିବ । ଭାରତୀୟ ସମୟନୁସାରେ ୮ଟା୩୦ରେ ୨ଟି ଏବଂ ୧୨.୩୦ରେ ଅନ୍ୟ ୨ଟି ଗ୍ରୁପ ମ୍ୟାଚ ଖେଳାଯିବ । ତେବେ ଏହି ଗ୍ରୁପ ମ୍ୟାଚ ଏକା ସମୟରେ ଖେଳାଯିବାର କାରଣ ମଧ୍ୟ ରହିଛି । ଏଥିପାଇଁ ୧୯୮୨କୁ ଯିବାକୁ ପଡିବ । ସ୍ପେନରେ ଆୟୋଜିତ ଏହି ବିଶ୍ୱକପରେ ୨୫ ଜୁନକୁ ପଶ୍ଚିମ ଜର୍ମାନୀ ଓ ଅଷ୍ଟ୍ରିଆ ମଧ୍ୟରେ ମ୍ୟାଚ ଖେଳାଯିବାକୁ ଥିଲା । ଏହି ମ୍ୟାଚରେ ଏମିତି କଣ ଘଟିଲା ଯେ, ଏଥିରେ ଫିକ୍ସିଂଠାରୁ ଆରମ୍ଭ କରି ସବୁକିଛି ଅଭିଯୋଗ ହୋଇଥିଲା ।

ଆଲଜେରିଆ ଏହି ବିଶ୍ୱକପରେ ୱେଷ୍ଟ ଜର୍ମାନୀକୁ ୨-୧ଗୋଲରେ ପରାସ୍ତ କରିଥିଲା । ୟୁରୋପିଆନ ଟିମକୁ ଆଫ୍ରିକାର ପ୍ରଥମ ଦେଶ ଭାବେ ଆଲଜେରିଆ ହରାଇ ଏହି ସଫଳତା ହାସଲ କରିଥିଲେ । ଦ୍ୱିତୀୟ ମ୍ୟାଚରେ ୦-୨ରେ ଅଷ୍ଟ୍ରେଲିଆଠାରୁ ହାରିଥିବା ବେଳେ ତୃତୀୟ ମୁକାବିଲାରେ ଚିଲିକୁ ୩-୨ରେ ପରାସ୍ତ କରିଥିଲା । ଆଲଜେରିଆ-ଚିିଲି ଓ ୱେଷ୍ଟଜର୍ମାନୀ-ଅଷ୍ଟ୍ରିୟା ମଧ୍ୟରେ ମୁକାବିଲା ହେବାକୁ ଥିଲା । ୱେଷ୍ଟଜର୍ମାନୀ ୨ ଗୋଲ ବ୍ୟବଧାନରେ ଅଷ୍ଟ୍ରିୟାକୁ ହରାଇଲେ ଏହି ୨ଟିମ ନକଆଉଟକୁ ଉନ୍ନୀତ ହେବେ ଆଉ ଆଲଜେରିଆ ବାଦ ପଡିଯିବ । ୱେଷ୍ଟଜର୍ମାନୀ ୧-୦ ଗୋଲରେ ଅଷ୍ଟ୍ରିୟାକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ଉଭୟ ଟିମ ଗୋଲ କରିବା ମନୋବୃତିରେ ଖେଳି ନ ଥିବା ଅଭିଯୋଗ ହୋଇଥିଲା । ୨ଟି ୟୁରୋପିଆନ ଟିମ ଉନ୍ନୀତ ହେବା ପରେ ବିବାଦ ସୃଷ୍ଟି ହୋଇଥିଲା । ଶେଷରେ ଫିଫାର ନିଷ୍ପତି କ୍ରମେ ଗ୍ରୁପ ପର୍ଯ୍ୟାୟର ଅନ୍ତିମ ଦିବସ ମୁକାବିଲା ଏକା ସମୟରେ ହେବ । ସେବେଠାରୁ ଏହା ହେଇ ଆସୁଛି ।

Leave A Reply

Your email address will not be published.