Latest Odisha News

BREAKING NEWS

‘ଗୀତା’ ମାନବ ସମାଜକୁ ଭାରତର ଆଧ୍ୟାତ୍ମକ ଉପହାର -ରାଷ୍ଟ୍ରପତି

କୁରୁକ୍ଷେତ୍ର: ଶ୍ରୀମଦ ଭାଗବତ ଗୀତା ପ୍ରକୃତରେ ଏକ ବିଶ୍ୱସ୍ତରୀୟ ପୁସ୍ତକ । ଏହା ଏକାଧିକ ଭାଷାରେ ଅନୁବାଦିତ ହୋଇଛି । ଭାରତରେ ଏହା ଅତି ଲୋକପ୍ରିୟ ପୁସ୍ତକ । ଯୋଗ ସମଗ୍ର ବିଶ୍ୱକୁ ଭାରତର ଏକ ସୁନ୍ଦର ଉପହାର  । ସେହିପରି ଗୀତା ସମଗ୍ର ମାନବ ସମାଜକୁ ଭାରତର ଏକ ଆଧ୍ୟାତ୍ମକ ଉପହାର । ମାନବତା ପାଇଁ ଗୀତା ହେଉଛି ଜୀବନ ସଂହିତା, ଆଧ୍ୟାତ୍ମିକ ଭାବନା ପାଇଁ ଏକ ଆଲୋକ ସ୍ତମ୍ଭ ବୋଲି କହିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ହରିଆାନାର କୁରୁକ୍ଷେତ୍ରରେ ଆୟୋଜିତ ଆନ୍ତର୍ଜାତିକ ଗୀତା ସମ୍ମିଳନୀରେ ଯୋଗ ଦେଇଥିଲେ । ସମ୍ମିଳନୀରେ ଗୀତାର ବ୍ୟାଖ୍ୟା କରି ରାଷ୍ଟ୍ରପତି କହିଥିଲେ, ଗୀତା ଆମକୁ ଶିଖାଇଛି ଫଳ ଚିନ୍ତା ନ କରି କଠିକ ପରିଶ୍ରମ କର । ଜୀବନର ପ୍ରକୃତ ରାସ୍ତା ହେଉଛି ବିନା ସ୍ୱାର୍ଥରେ ପରିଶ୍ରମ କରିବା ଯାହା ସଫଳତା ଆଡକୁ ବାଟ କଢାଇ ନେଇଥାଏ ।

କର୍ମରେ ହିଁ ଜୀବନର ସାର୍ଥକତା । ଦୁଃଖ ହେଉ ବା ସୁଖ, ହାର ହେଉ ବା ଜିତ୍- ସବୁ ପରିସ୍ଥିତିକୁ ସମାନ ଭାବେ ଗ୍ରହଣ କର । ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ସମ୍ଭାଳ, ସ୍ଥିତପ୍ରଜ୍ଞ ହୁଅ- ଏହା ଆମକୁ ଗୀତା ହିଁ ଶିଖାଇଛି ବୋଲି କହିଥିଲେ ଶ୍ରୀମତୀ ମୁର୍ମୁ ।

ସେ ଆହୁରି କହିଥିଲେ, ଶ୍ରୀମଦ ଭଗବତ ଗୀତା ଏମିତି ଏକ ପୁସ୍ତକ ଯାହା ପ୍ରତିକୂଳ ସ୍ଥିତିରେ ଆମକୁ ସାହାସ ଦେଇଥାଏ, ଉତ୍ସାହ ବଢାଇଥାଏ, ନିରାଶା ମନକୁ ଆଶାର କିରଣ ଦେଖାଇଥାଏ । ଏହା ଏମିତି ଏକ ପୁସ୍ତକ ଯାହା ଜୀବନର ମନ୍ତ୍ର ଶିଖାଇଥାଏ ।

ସେମିନାର ଆୟୋଜକ ସଂସ୍ଥାକୁ ପ୍ରଶଂସା କରିବା ସହ ଗୀତାର ମୂଲ୍ୟବାନ ବାର୍ତ୍ତାର ପ୍ରସାର କରିବା ପାଇଁ ନିରନ୍ତର ଉଦ୍ୟମ କରିବାକୁ ପ୍ରେରଣା ଦେଇଥିଲେ । ଏଥିସହିତ ନିୟମିତ ଗୀତା ଅଧ୍ୟୟନ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ।
ଏହି ଅବସରରେ ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଯୋଜନା, ହରିୟାନା ଇ-ଟିକେଟିଂ ପ୍ରୋଜେକ୍ଟର ଉଦଘାଟନ ମଧ୍ୟ କରିଥିଲେ ।

Leave A Reply

Your email address will not be published.