Latest Odisha News

ବାଦଲ ଫଟା ବର୍ଷାରେ ୧୫ ଅମରନାଥ ଯାତ୍ରୀଙ୍କ ମୃତ୍ୟୁ

ଜମ୍ମୁ: ଶୁକ୍ରବାର ସନ୍ଧ୍ୟାରେ ଜମ୍ମୁ- କଶ୍ମୀର ଅମରନାଥର ପବିତ୍ର ଗୁମ୍ଫା ମନ୍ଦିର ନିକଟରେ ବାଦଲଫଟା ବର୍ଷା ହୋଇ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ଘଟିଛି।  ଏଥିସହ ଅନେକ ତୀର୍ଥଯାତ୍ରୀ ନିଖୋଜ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ।  ଉଦ୍ଧାର କାର୍ଯ୍ୟରେ ପୁଲିସ, ଏନଡିଆରଏଫ  ଓ ଭାରତୀୟ ସେନା ଲାଗିପଡ଼ିଛି।

ଶୁକ୍ରବା ସନ୍ଧ୍ୟା ୫ଟା ୩୦ରେ ବାଦଲ ଫଟା ବର୍ଷା ହୋଇଥିଲା। ଫଳରେ ଗୁମ୍ପା ନିକଟରେ ମୂଷଳ ଧାରାରେ ଜଳ ପ୍ରବାହିତ ହୋଇଥିଲା । ଶ୍ରଦ୍ଧାଳୁ ମାନେ ଫସିଯାଇଥିଲେ। ଅନେକ ଟେଣ୍ଟ ପାଣିରେ ଭାସି ଯାଇଥିଲା । କିଛି ସମୟ ପାଇଁ ହୋଇଥିବା ଏହି ଜଳ ପ୍ରଳୟରେ କେତେକ ଟେଣ୍ଟ ହାଉସ ଭାସିଯାଇଛି । ଗୋଟିଏ ଟେଣ୍ଟରେ ଅତି କମ୍‌ରେ ୪-୬ ତୀର୍ଥଯାତ୍ରୀ ରହୁଥିଲେ। ଏନ୍‌ଡିଆର୍‌ଏଫ୍‌ର କର୍ମଚାରୀଙ୍କ ସୂଚନା ଅନୁସାରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ୍ ଅଛନ୍ତି।

Leave A Reply

Your email address will not be published.