Latest Odisha News

BREAKING NEWS

ଧରା ପଡିଲା ପୁଣି ଏକ ମଣିଷ ଖିଆ ଗଧିଆ

ବାହାରିଚ୍: ଧରା ପଡ଼ିଲା ମଣିଷ ଖିଆ ଗଧିଆ । ଉତ୍ତର ପ୍ରଦେଶ ବାହାରିଚ୍ ଜିଲ୍ଲାରେ ଗତ ୨ ମାସ ଧରି ଆତଙ୍କ ଖେଳାଇ ଥିବା ଗଧିଆକୁ ଶେଷରେ କାବୁ କରିଛି ବନବିଭାଗ । ସ୍ଥାନୀୟ ଲୋକଙ୍କ ସହାୟତାରେ ବନ ବିଭାଗ ଗଧିଆକୁ ଧରିବାରେ ସଫଳ ହୋଇଛି । ଗତ ଦୁଇ ମାସରେ ବାହାରିଚ୍ ଜିଲ୍ଲାରେ ୧୭ ଜଣଙ୍କୁ ମାରିଛି ଗଧିଆ । ସେମାନଙ୍କ ମଧ୍ୟରେ କିଛି ପିଲା ଥିବା ବେଳେ କେତେକ ମହିଳା ମଧ୍ୟ ଅଛନ୍ତି । ସେହିପରି ଗଧିଆ ଆକ୍ରମଣରେ ୪୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଗଧିଆକୁ କାବୁ କରିବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ଗାଁକୁ ଗାଁ ବୁଲି ସତର୍କ ରହିବା ଲାଗି ଲୋକଙ୍କୁ ପରାମର୍ଶ ମଧ୍ୟ ଦେଇଥିଲା l ଶେଷରେ ଆଜି ଗଧିଆକୁ କାବୁ କରିଛି ବନ ବିଭାଗ l

ସୂଚନା ଅନୁସାରେ, ଗତ କିଛି ଦିନ ହେବ ଉତ୍ତରପ୍ରଦେଶର ବାହାରିଚ୍ ଜିଲ୍ଲାରେ ଗଧିଆଙ୍କ ଉପଦ୍ରବ ଦେଖି ରାଜ୍ୟ ସରକାର ତାକୁ ଦେଖିଲା ମାତ୍ରକେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେପଟେ କିନ୍ତୁ ବନ ବିଭାଗ ଦିନେ ଦୁଇ ଦିନ ମଧ୍ୟରେ ଗଧିଆ ଧରା ନପଡିଲେ, ସେମାନଙ୍କୁ ଦେଖିବା ମାତ୍ରକେ ଗୁଳି କରାଯିବ ବୋଲି କହିଥିଲେ । ପୂର୍ବରୁ ଚାରିଟି ଗଧିଆଙ୍କୁ ଧରିଥିବା ବେଳେ ଆଜି ଆଉ ଗୋଟେ ଗଧିଆକୁ ଧରିଛି ବନ ବିଭାଗ । ଆହୁରି ଦୁଇ ତିନିଟି ଗଧିଆ ବୁଲୁଛନ୍ତି ବୋଲି ବନ ବିଭାଗ କହିଛି । ଆକ୍ରମଣ ପଛରେ ଗୋଟିଏ ନା ଅଧିକ ଗଧିଆ ଅଛନ୍ତି, ସେ ନେଇ ଯାଂଚ ଚାଲିଛି ।

ବାହାରିଚ୍ ଜିଲ୍ଲାରେ ଗଧିଆ ଆତଙ୍କ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ । ବିଶେଷକରି ମାହସୀ ସବଡିଭିଜନରେ ଠପ୍ ହୋଇଯାଇଛି ଜୀବନ ଯାତ୍ରା । ପିଲାମାନଙ୍କୁ ବାହାରକୁ ଛଡାଯାଉନାହିଁ । ସ୍କୁଲକୁ ବି କେହି ଯାଉନାହାନ୍ତି । କ୍ଷେତ ଜଗିବାକୁ ଚାଷୀମାନେ ବି ଭୟ କରୁଛନ୍ତି । ହାଟବଜାର ଅଧିକାଂଶ ସମୟ ବନ୍ଦ ରହୁଥିବା ବେଳେ ଲୋକେ ଗାଁରେ ଖୋଲିଥିବା କିଛି ଅସ୍ଥାୟୀ ଦୋକାନରୁ ସଉଦାପତ୍ର କିଣି କାମ ଚଳାଉଛନ୍ତି । ଗାଁ ଲୋକେ ଛୋଟ ଛୋଟ ଗ୍ରୁପ୍ ଗଠନ କରି ପାଳି କରି ପାଟ୍ରୋଲିଂ କରୁଛନ୍ତି ।

ବାହାରିଚ୍ ଏବଂ ତାର ଆଖପାଖ ୪ଟି ଜିଲ୍ଲାରେ ଗଧିଆ ଘଉଡ଼ାଇବା ଅଭିଯାନ ଚଳାଇଛି ବନ ବିଭାଗ । ଡ୍ରୋନ୍ କ୍ୟାମେରା ଦ୍ବାରା ଗଧିଆଙ୍କ ଗତିବିଧି ଜାଣି ପଦକ୍ଷେପ ନେଉଛନ୍ତି ବନ କର୍ମଚାରୀ । ହାତୀ ମଳ ଓ ମୂତ୍ର ଗଧିଆଙ୍କ ପାଇଁ ଆଲର୍ଜି ହୋଇଥିବା ବେଳେ ବନ ବିଭାଗ ତାକୁ ମଧ୍ୟ ବ୍ୟବହାର କରୁଛି । ୬ଟି ଗଧିଆ ଗାଁ ଗଣ୍ଡାରେ ପଶି ଏଭଳି ଆକ୍ରମଣ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଟିକୁ ଧରି ସାରିଲାଣି ବନ ବିଭାଗ ।

Comments are closed.