Latest Odisha News

BREAKING NEWS

କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହଯୋଗର ହାତ ବଢାଇଲା ‘ରୁଚି ଉଦ୍ୟୋଗ’

କଟକ/ଭୁବନେଶ୍ୱର: ସଂପ୍ରତି କରୋନା ମହାମାରୀ ସାରା ବିଶ୍ଵର ମଣିଷ ସମାଜ ପାଇଁ ମହା ବିପତ୍ତି ଆଣିଥିଲା ବେଳେ ଓଡିଶାର ସୁପରିଚିତ ରୁଚି ମସଲା ଶିଳ୍ପୋଦ୍ୟୋଗ ନିଜର ସାମାଜିକ ଦାୟିତ୍ୱ ନିର୍ବାହ ପୂର୍ବକ ୫ ଲକ୍ଷ ଟଙ୍କାର ଅର୍ଥରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛି ।

ଆଜି  କଟକ ଜିଲ୍ଲାପାଳଙ୍କ ଜରିଆରେ ଏହି ଚେକ୍ ପ୍ରଦାନ କରାଯାଉଛି । ରୁଚି ଉଦ୍ୟୋଗର ନିର୍ଦ୍ଦେଶକ ଅରବିନ୍ଦ ସାହୁ କହିଛନ୍ତି ଯେ,ରାଜ୍ୟର ଏହି ସଂଭାବ୍ୟ ବିପତ୍ତି ସମୟରେ ଓଡିଶା ସରକାର ଏବଂ ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଜନସାଧାରଣଙ୍କ ପାଇଁ ଯେଭଳି ସାହାଯ୍ୟ , ସହଯୋଗ ଓ ସହାୟତାର ହାତ ବଢାଇଛନ୍ତି, ସେଥିପାଇଁ ସେ ଅଶେଷ ଧନ୍ୟବାଦର ପାତ୍ର ।

ଓଡିଶା ମାଟିରେ ଜନ୍ମନେଇ ଦୀର୍ଘ ୪୩ ବର୍ଷଧରି ରୁଚି ଶିଳ୍ପୋଦ୍ୟୋଗ ଓଡିଶାର ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଆସିଛି ଏବଂ ଏହା ଆଗାମୀ ଦିନରେ ମଧ୍ୟ ଜାରି ରହିବ ।

Leave A Reply

Your email address will not be published.