Latest Odisha News

BREAKING NEWS

[ଭିଡିଓ] ବିଳମ୍ବିତ ରାତିରେ କିନ୍ନର ଓ ପୋଲିସ ମୁହାଁମୁହିଁ

ପୁରୀ: ଦିନକୁ ଦିନ କିନ୍ନରମାନଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଗତକାଲି ରାତିରେ ପୁରୀରେ ସାମ୍ନାକୁ ଆସିଥିଲା ଅପ୍ରିତୀକର ଘଟଣା । କର୍ତ୍ତବ୍ୟରତ ପୋଲିସ ସହ ମାରପିଟ୍ କରିବା ଅଭିଯୋଗରେ ଏକାଧିକ କିନ୍ନର ଥାନାରେ ଅଟକ ରହିଥିବା ସୂଚନା ରହିଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସୁବାଷ ବୋଷ ଛକ ନିକଟରେ ପୋଲିସ ପେଟ୍ରୋଲିଂ କରୁଥିଲା । ସେହି ସମୟରେ ଏକାଧିକ କିନ୍ନର ଘୁରି ବୁଲୁଥିବା ଦେଖି ପୋଲିସ ସେମାନଙ୍କୁ ଅଟକାଇ ପଚରାଉଚରା କରିଥିଲା । ପୋଲିସର ହସ୍ତକ୍ଷେପକୁ ନେଇ କିନ୍ନରମାନେ ଯୁକ୍ତିତର୍କ କରିବାକୁ ପଛାଇନଥିଲେ । ଫଳରେ ପ୍ରଥମେ ବଚସା ଓ ପରେ ହାତାହାତି ଭଳି ଘଟଣା ସାମ୍ନାକୁ ଆସିଥିଲା ।

ମାରପିଟ୍‌ରେ ଉଭୟ ପୋଲିସ ଓ କିନ୍ନରମାନେ ଆହତ ହୋଇଥିବା ସୂଚନା ରହିଛି । ସୋସିଆଲ୍ ମିଡିଆରେ ମାରପିଟର ଭିଡିଓଟି ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଅନ୍ୟପଟେ କର୍ତ୍ତବ୍ୟରତ ପୋଲିସ ଉପରକୁ ହାତ ଉଠାଇବା ଅଭିଯୋଗରେ କିନ୍ନରମାନଙ୍କୁ ସମୁଦ୍ରକୂଳ ଥାନାରେ ଅଟକ ରଖାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.