Latest Odisha News

BREAKING NEWS

ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଘନ୍ୟ ହତ୍ୟାକାଣ୍ଡ

ଅନୁଗୁଳ: ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଅନୁଗୁଳ ଜିଲ୍ଲା । ଗତକାଲି ବନ୍ତଳା ଥାନା ପୁରୁଣାଗଡ କରମଙ୍ଗା ସାହିରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ ରାତି ପ୍ରାୟ ୧୦ଟାରେ କରମଙ୍ଗା ସାହିର ଶୁଭାଶିଷ ମହାପାତ୍ର ଓ ମନୋରଂଜନ ଦୋରାଙ୍କ ମଧ୍ୟରେ କୌଣସି କାରଣ ପାଇଁ ଯୁକ୍ତିତର୍କ ହୋଇଥିଲା । ପରେ ମନୋରଂଜନ ଉତକ୍ଷିପ୍ତ ହୋଇ ଶୁଭାଶିଷଙ୍କୁ ଏକ ଲୁହା ରଡରେ ଆକ୍ରମଣ କରିଥିଲେ । ଶୁଭାଶିଷଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ପରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ସେ ଅଚେତ ହୋଇପଡିଥିଲେ ।

ଏହି ଘଟଣା ବିଷୟରେ ଖବର ପାଇ ବନ୍ତଳା ପୋଲିସ ଶୁଭାଶିଷଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବାବେଳେ ଅଭିଯୁକ୍ତ ମନୋରଂଜନ ଚମ୍ପଟ୍ ମାରିଛି ।

Leave A Reply

Your email address will not be published.