Latest Odisha News

BREAKING NEWS

କରୋନା ସହ ଲଢେଇ: ବିଭିନ୍ନ ଷ୍ଟେସନରେ ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବ ରେଳବାଇ

ଭୁବନେଶ୍ୱର: ସାରା ଭାରତରେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଲକଡ଼ାଉନ ହୋଇଛି । ଯେଉଁ ଷ୍ଟେସନରେ ଦିନ ମଜୁରିଆ ଗୁଜୁରାଣ ମେଣ୍ଟାଉଥିଲେ ସେଠାରେ ହଜାର ହଜାର ସଂଖ୍ୟାରେ ମଜୁରିଆ ସେମାନଙ୍କ ଜୀବୀକା ହରାଇଛନ୍ତି । ଏହି କ୍ଷତିଗ୍ରସ୍ତ ଲୋକମାନଙ୍କୁ ଖାଦ୍ୟ ଯୋଗାଇଦେବାକୁ ରେଳ ମନ୍ତ୍ରଣାଳୟ ସହଯୋଗର ହାତ ବଢାଇ ସେମାନଙ୍କ ଖାଇବାର ବନ୍ଦୋବସ୍ତ କରିବ । ଭାରତୀୟ ରେଳବାଇ କ୍ୟାଟରିଂ ଏବଂ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ତାହାର ମୂଳ ରନ୍ଧନଶାଳାରୁ ଖାଦ୍ୟ ପ୍ରସ୍ତୁତ କରି କାଗଜ ପ୍ଲେଟରେ ସମସ୍ତଙ୍କୁ ବଣ୍ଟନ କରିବ ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ପ୍ରବନ୍ଧକଙ୍କୁ ଏହି କାର୍ଯ୍ୟକୁ ନିଜେ ଜଡ଼ିତ ରହି ସୂଚାରୁ ରୂପେ ଯୋଜନା ଓ ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଖାଦ୍ୟ ଯୋଗାଣ ଓ ପରିବେଷଣ ନିମନ୍ତେ ଆବଶ୍ୟକୀୟ ସମସ୍ତ ଜନବଳ ଏବଂ ଅନ୍ୟାନ୍ୟ ସରଞ୍ଜାମ ଯେପରିକି ଗାଡ଼ି ଇତ୍ୟାଦି ଯୋଗାଇଦେବା ଏବଂ ଏହାକୁ ବିଭିନ୍ନ ଷ୍ଟେସନର ବିଭିନ୍ନ ପରିବେଷଣ ସ୍ଥାନରେ ପହଞ୍ଚାଇବା ପାଇଁ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକମାନେ ଓ ଆଇଆରସିଟିସି ର ପ୍ରତିନିଧିମାନେ ଦାୟିତ୍ୱରେ ରହିବେ ।

Leave A Reply

Your email address will not be published.