Latest Odisha News

BREAKING NEWS

ମୋଦିଙ୍କ ଟୁଇଟ୍‌ରେ କୁନି ଝିଅର କରୋନା ସଚେତନତା ବାର୍ତ୍ତା

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ସମୟରେ ସାଧାରଣଲୋକଙ୍କ ଭଲ କାମ ଓ ବାର୍ତ୍ତାକୁ ନିଜ ପକ୍ଷରୁ ଟୁଇଟ୍ କରି ଉତ୍ସାହିତ କରିବାର ଅନେକ ନଜିର୍ ରହିଛି ।

ତେବେ ରବିବାର ଅପରାହ୍ନରେ ନରେନ୍ଦ୍ର ମୋଦିଙ୍କ ଟ୍ୱିଟରରେ ସ୍ଥାନ ପାଇଥିଲା କରୋନା ସଂକ୍ରମଣ ଓ ଲକ୍ ଡାଉନ୍ କୁ ନେଇ ସଚେତନତା ବାର୍ତ୍ତା ଥିବା ଏକ ପ୍ଲାକାର୍ଡ ଧରିଥିବା ଜଣେ କୁନି ଝିଅ । ଶିଶୁଟି ଧରିଥିବା ପ୍ଲାକାର୍ଡରେ ଲେଖାଥିଲା ‘ଯଦି ମୁଁ ମାଆ ଗର୍ଭରେ ନଅ ମାସ ରହିପାରୁଛି ତେବେ କଣ ଆପଣ ଭାରତ ମାତା ପାଇଁ ୨୧ ଦିନ ଘରେ ରହିପାରିବେ ନାହିଁ କି? … ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ ’ ।

ଏହି ଫଟୋଟି ଟ୍ୱିଟ୍ କରି ମୋଦି ଲେଖିଥିଲେ ‘ବହୁତ ହୃଦୟସ୍ପର୍ଶୀ ଓ ଗଭୀର ଭାବପୂର୍ଣ୍ଣ ବାର୍ତ୍ତା’ ।

Leave A Reply

Your email address will not be published.