Latest Odisha News

ରୋଗ ଉପଶମ ଲାଗି ପାଠ କରନ୍ତୁ ଶ୍ରୀ ହନୁମାନଙ୍କ ଚାଳିଶା…

ଭୁବନେଶ୍ୱର: ରାମାୟଣରେ ବର୍ଣ୍ଣନା ଅନୁଯାୟୀ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପରମ ଭକ୍ତ ସର୍ବ ଶକ୍ତିମାନ ହନୁମାନଜୀଙ୍କ ଅସାଧ୍ୟ ସାଧନ କଥା ସମସ୍ତେ ଜାଣିଛନ୍ତି । ଯେଉଁ ସ୍ଥାନକୁ ଯିବା ଅସମ୍ଭବ ସେହି ସ୍ଥାନକୁ ଯାଇ ଶ୍ରୀ ହନୁମାନଜୀ ଅନେକଙ୍କ ପ୍ରାଣରକ୍ଷା କରିଛନ୍ତି ।

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ହେଉଛନ୍ତି ପୁରୁଷୋତ୍ତମ ଏବଂ ସେ ସତ୍ୟ, ଧର୍ମ ତଥା ସଚ୍ଚୋଟତାର ପ୍ରତୀକ । ସେହିପରି ଶ୍ରୀରାମଚନ୍ଦ୍ରଙ୍କ ପରମ ଭକ୍ତ ହନୁମାନଜୀ ପ୍ରଭୁଙ୍କ ଗୁଣଗାନ କରି ଆଜି ଭକ୍ତଶ୍ରେଷ୍ଠ ଭାବେ ବିବେଚିତ ହେଉଛନ୍ତି । ଭକ୍ତର ଭଗବାନ କହିଲେ ଆମ ଆଖି ଆଗକୁ ହନୁମାନଜୀ ହିଁ ଆସିଥାଆନ୍ତି । ସେ ଚିରଞ୍ଜିବୀ ସେ ପ୍ରଭୁ ଭକ୍ତ ସେ ଭକ୍ତ ବତ୍ସଳ ।

ବଜରଙ୍ଗ ବାଣ-ଚାଳିଶା ସହ ଏହିପରି କରନ୍ତୁ ପୂଜା:

ସନ୍ଥ ତୁଳସୀଦାସ ମହାରାଜ ହନୁମାନ ଚାଳିଶାରେ ଲେଖିଛନ୍ତି –

ନାଶୈ ରୋଗ ହରେ ସବ୍ ପୀରା ।
ଜପତ ନିରନ୍ତର ହନୁମତ ବୀରା । ।

ସମସ୍ତ ରୋଗ ଉପଶମ ଲାଗି ତଥା ନିଜର ଓ ପରିବାରର ସୁସ୍ଥତା ବଜାୟ ରଖିବା ଲାଗି ଦୈନିକ ଶୁଦ୍ଧପୂତ ଭାବେ ଶ୍ରୀ ହନୁମାନ ଚାଳିଶା ପାଠ କରିବା ଆବଶ୍ୟକ ।

ଏହାବ୍ୟତୀତ, ନାଶୈ ରୋଗ ହରେ ସବ୍ ପୀରା । ଜପତ ନିରନ୍ତର ହନୁମତ ବୀରା, ଏହି ଚୌପାଇକୁ ନିଶ୍ଚିତ ରୂପେ ଦିନକୁ ଚାରି ପାଞ୍ଚଥର ମନେ ମନେ ଉଚ୍ଚାରଣ କରିବା ପୂର୍ବକ ଶ୍ରୀରାମଚନ୍ଦ୍ର ଓ ଶ୍ରୀ ହନୁମାନଙ୍କୁ ପ୍ରଣାମ କରିବା ଆବଶ୍ୟକ ।

ପାରିବାରିକ ଶାନ୍ତି ପାଇଁ ଘରେ ଶ୍ରୀହନୁମାନଙ୍କ ପାଖରେ ରାଶି ତେଲ ର ଦୀପ ଲଗାନ୍ତୁ । ଝୁଣା, ଗୋଗୁଳ, ଧୂପ ଘରେ ଲଗାନ୍ତୁ । ହନୁମାନ ଚାଲିଶା ପାଠ ମଧ୍ୟ କରିବେ । ପ୍ରତି ଶନିବାର ଦିନ ଲୁଣ ପାଣିରେ ଘରକୁ ପୋଛନ୍ତୁ ।

ରୋଗ ଯଦି ବାରମ୍ବାର ଲାଗି ରହୁଛି ତେବେ ଶନିବାର ଦିନ ଗୋଟିଏ ନଡ଼ିଆକୁ ଧରି ଯେଉଁ ଵ୍ୟକ୍ତି ର ଶରୀର ପୀଡା ଥିବ, ସେହି ବ୍ୟକ୍ତିର ଚାରିପାଖରେ ୭ ଥର ବୁଲାଇ ସେହି ନଡିଆକୁ ହନୁମାନ ମନ୍ଦିରରେ ଦିଅନ୍ତୁ ।ଏହିପରି ୫ ଟି ଶନିବାର କରନ୍ତୁ ଏବଂ ହନୁମାନ ମାର୍ଜନା ପାଣିରେ ରୋଗୀ କୁ ଗାଧୋଇ ଦିଅନ୍ତୁ । ପ୍ରତି ମଙ୍ଗଳବାର ଓ ଶନିବାର ଦିନ ଚାଳିଶା ପାଠ କରନ୍ତୁ ।

ଭୁତ, ପ୍ରେତ ଭୟ ରୁ ରକ୍ଷା ପାଇବା ପାଇଁ ହନୁମାନ ମନ୍ଦିରରୁ ପତାକା ଆଣି ତାହାକୁ ଘରର ଐଶନ୍ୟ କୋଣରେ ବାନ୍ଧି ଦିଅନ୍ତୁ ।

ଶ୍ୱେତ ସୋରିଷକୁ ଗାୟତ୍ରୀ ମନ୍ତ୍ର ରେ ଅଭିମନ୍ତ୍ରିତ କରି ଘରର ଚାରିପାଖରେ ବିଞ୍ଚି ଦିଅନ୍ତୁ ।

Leave A Reply

Your email address will not be published.