Latest Odisha News

ରେକର୍ଡ କଲା ଫାଇଟର, ଖୁବଶିଘ୍ର ପରଦାକୁ ଆସିବ ବାୟୁବୀରଙ୍କ କାହାଣୀ

ମୁମ୍ବାଇ: ଭାରତୀୟ ବାୟୁସେନାର ବୀରତ୍ୱର କାହାଣୀ କହିବ ସିନେମା ଫାଇଟର । ବଲିଉଡ଼ ଅଭିନେତା ହ୍ରିତିକ୍‌ ରୋଶନ ଓ ଅଭିନେତ୍ରୀ ଦୀପିକା ପାଦୁକୋନ ଅଭିନୀତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଫାଇଟର’ର ଟିଜର ଶୁକ୍ରବାର ରିଲିଜ୍‌ ହୋଇଛି। ପ୍ରଥମ ଥର ପାଇଁ ଏକାଠି ବଡ ପରଦାରେ ନଜର ଆସିବେ ବଲିଉଡର ଏହି ଦୁଇ ସୁପରହିଟ ନାୟକ ଓ ନାୟିକା । ଏହି ଦୁଇ ଜଣଙ୍କ ବ୍ୟତୀତ ଅନୀଲ କାପୁର ମଧ୍ୟ ‘ଫାଇଟର’ରେ ସ୍ୱତନ୍ତ୍ର ଭୂମିକାରେ ନଜର ଆସିଛନ୍ତି ।

ଟିଜରରେ ଜବରଦସ୍ତ ଆକ୍ସନ ଦୃଶ୍ୟ ଦେଖିବାକୁ ମିଳିଛି।  ୧ ମିନିଟ ୧୪ ସେକେଣ୍ଡର ଏହି ଟିଜରର ଆରମ୍ଭରେ ଏୟାରଫୋର୍ସ ଫାଇଟର ଜେଟର ଝଲକ ଦେଖିବାକୁ ମିଳିଛି । ଏହା ସହିତ ଭାରତୀୟ ବାୟୁସେନାର ୟୁନିର୍ଫ୍ମରେ ହ୍ରିତିକ୍, ଦୀପିକା ଏବଂ ଅନୀଲ କାପୁରଙ୍କଲୁକକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଚଳଚ୍ଚିତ୍ରରେ ହ୍ରିତିକ ରୋଶନ ବାୟୁସେନା ସ୍କ୍ୱାର୍ଡନ ଲିଡର ଶମସେର ପଠାନିଆ ଭୂମିକାରେ ନଜର ଆସିଥିବା ବେଳେ ସହଯୋଗୀ ମିନଲ ଭୂମିକାରେ ନଜର ଆସିଛନ୍ତି ଦୀପିକା । ସେହିପରି ଗ୍ରୁପ୍ କ୍ୟାପ୍ଟେନ ରାକେଶ ଜୟ ସିଂଙ୍କ ଭୂମିକାରେ ରହିଛନ୍ତି ଅନୀଲ କପୁର । ଏସବୁ ବ୍ୟତୀତ ହ୍ରିତିକ-ଦୀପିକାଙ୍କ ଲଭ କେମେଷ୍ଟ୍ରି ମଧ୍ୟ ଟିଜରରେ ପ୍ରଦର୍ଶିତ ହୋଇଛି । ଉଭୟଙ୍କ ଲିପ୍ ଲକ୍ ସିନ ଦେଖିବାକୁ ମିଳିଛି । ଯାହାକୁ ନେଇ ଫ୍ୟାନ୍ସ ଦିୱାନା ହୋଇଛନ୍ତି । ଆକ୍ସନ ସିନରେ ଭରପୁର ଟିଜର ଦେଖିବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଛି ।

ଟିଜର ଦେଖିବା ପରେ ଫିଲ୍ମକୁ ନେଇ ସିନେପ୍ରେମୀଙ୍କ ଉତ୍ସାହ ଦୁଇଗୁଣିତ ହୋଇଯାଇଛି। ଦର୍ଶକ ଟିଜରକୁ ନେଇ ବେଶ୍‌ ସକରାତ୍ମକ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି। ଏଥିସହ ମନୋରଞ୍ଜନର ଖୋରାକ ପାଇଁ ରୋମାନ୍ସ, ଆକ୍ସନ ଓ ଡ୍ରାମାକୁ ମଧ୍ୟ ସ୍ଥାନ ଦିଆଯାଇଛି । ତେବେ ଫାଇଟରର ଟିଜର ପୂର୍ବରୁ ନିର୍ମାତାମାନେ ହ୍ରିତିକ, ଦୀପିକା ଏବଂ ଅନିଲ କପୁରଙ୍କ ପ୍ରଥମ ଲୁକ ରିଲିଜ ହୋଇସାରିଛି । ୨୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀ ୨୫ ତାରିଖରେ ରିଲିଜ ହେବ ।

 

 

Leave A Reply

Your email address will not be published.