Latest Odisha News

BREAKING NEWS

ୟୁକ୍ରେନର ସୁମି ସହର ଉପରେ ରୁଷ୍ ଆଖି, ଜାରି ହେଲା ଆକ୍ରମଣ ଆଲର୍ଟ

କିଭ୍(ୟୁକ୍ରେନ): ରୁଷ୍-ୟୁକ୍ରେନ୍ ଯୁଦ୍ଧର ଆଜି ଦଶମ ଦିନ । ଘମାସାନ ଲଢ଼େଇ ଚାଲିଛି । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ଟାର୍ଗେଟ କରୁଛୁ ରୁଷ ସେନା । ଏବେ ୟୁକ୍ରେନର ଉତ୍ତରରେ ଖାରକିଭକୁ ଲାଗି ଥିବା ସୁମି ସହର ଉପରେ ଆକ୍ରମଣ ଆରମ୍ଭ ହୋଇଛି । ଆଗକୁ ଜୋରଦାର ହମଲା କରିପାରେ ରୁଷ୍ । ଏଥିପାଇଁ ସୁମିର ଜନସାଧାରଣଙ୍କ ପାଇଁ ହାଇ ଆଲର୍ଟ ଜାରି କରିଛନ୍ତି ୟୁକ୍ରେନ୍ ସରକାର ।

ଏବେ ସୁମି ରାଜରାସ୍ତାରେ ରୁଷ୍ ଓ ୟୁକ୍ରେନ୍ ସୈନ୍ୟଙ୍କ ଭିତରେ ଲଢ଼େଇ ଚାଲିଛି । ବର୍ଷୁଛି ଗୁଳିଗୋଳା । ଆଗକୁ ଏୟାରଷ୍ଟ୍ରାଇକ୍ କରିବ ରୁଷ୍ । ଆବାସିକ ସ୍ଥଳୀକୁ ବି ଟାର୍ଗେଟ କରିବ । ଏହାକୁ ଦୃଷ୍ଟିରେ ରଖି ୟୁକ୍ରେନ୍ ସରକାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀ କିମ୍ବା ବଙ୍ଗର ଭିତରକୁ ଚାଲି ଯିବାକୁ କହିଛନ୍ତି । ସୁମିରେ ବାରମ୍ବାର ଆଲର୍ଟ ସାଇରନ୍ ବାଜୁଛି ।

ୟୁକ୍ରେନର ଉତ୍ତର ଓ ଦକ୍ଷିଣାଞ୍ଚଳ ଏବେ ଓ୍ୱାରଜୋନ୍ ପାଲଟିଛି । ଉତ୍ତରରେ ଖାରକିଭରେ ଜୋରଦାର ହମଲା ଜାରି ରଖିଛି ରୁଷ୍ ସେନା । ଏୟାରଷ୍ଟ୍ରାଇକକୁ ଜୋରଦାର କରିବା ସହ ଟ୍ୟାଙ୍କ ମାଡ଼ କରୁଛି । ଆକାଶରୁ ଖସୁଛି ରକେଟ୍ । ଖାରକିଭ୍ ଦଖଲ ଅଭିଯାନକୁ ଆହୁରି ତୀବ୍ର କରିଛି ରୁଷ୍ ସେନା ।

Comments are closed, but trackbacks and pingbacks are open.