Latest Odisha News

BREAKING NEWS

ହତ୍ୟାକାରୀ ବଡ଼ଭାଇ: ସାନ ଭାଇକୁ ତଣ୍ଟି ଚିପି ମାରିଲା

ବଲାଙ୍ଗିର: ରକ୍ତ ସମ୍ପର୍କରେ ରକ୍ତର ଛିଟା । ସାନ ଭାଇକୁ ତଣ୍ଟି ଚିପି ହତ୍ୟା କଲା ବଡ଼ ଭାଇ । ସାନ ଭାଇ ମଦ ପିଇ ଗାଳିଗୁଳଜ କରିବାରୁ ହତ୍ୟା କରିଛି ବଡ଼ ଭାଇ । ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚମାରପଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଯୋଶେଫ ରୋହିଦା । ଏହି ଘଟଣାରେ ବଡ଼ ଭାଇ ରାଜୀନ ରୋହିଦାକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଗତକାଲି ଯୋଶେଫ ମଦ ପିଅ ଘରକୁ ଆସିଥିଲେ । ବଡ଼ଭାଇ ରାଜୀନଙ୍କୁ ଗାଳିଗୁଳଜ କରିଥିଲେ । ଏହାକୁ ନେଇ ଦୁଇ ଭାଇଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ଉତ୍ୟକ୍ତ ହୋଇ ରାଜୀନ ଯୋଶେଫଙ୍କ ତଣ୍ଟିକୁ ଚିପି ଦେଇଥିଲେ । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ସେଠାରେ ଯୋଶେଫଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

Comments are closed, but trackbacks and pingbacks are open.