Latest Odisha News

BREAKING NEWS

ଏଫଆଇଏଚ ମହିଳା ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ: ଭାରତୀୟ ଦଳ ଘୋଷଣା, ସ୍ଥାନ ପାଇଲେନି କୌଣସି ଓଡିଶା ଖେଳାଳି

ଭୁବନେଶ୍ୱର: ଏଫଆଇଏଚ ହକି ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ ପାଇଁ ଶନିବାର ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି । ସବିତା ପୁନିଆ ନେତୃତ୍ୱାଧୀନ ୧୮ ଜଣିଆ ଦଳରେ ଜଣେ ବି ଓଡିଶା ଖେଳାଳି ସ୍ଥାନ ପାଇ ନାହାନ୍ତି । ରାଂଚୀରେ ୮ଟି ଦେଶକୁ ନେଇ ଏହି ଯୋଗ୍ୟତାପର୍ଯ୍ୟାୟ ଆୟୋଜିତ ହେବ । ଭାରତ ପୁଲ ବିରେ ନ୍ୟୁଜିଲାଣ୍ଡ, ଇଟାଲୀ, ୟୁନାଇଟେଡ ଷ୍ଟେଟସ ସହ ସ୍ଥାନ ପାଇଛି । ପୁଲ ଏରେ ଜର୍ମାନୀ, ଜାପାନ, ଚିଲି ଓ ଚେକ ରିପବ୍ଲିକ ଟିମ ରହିଛନ୍ତି । ରାଉଣ୍ଡ ରବିନ ଲିଗ ପରେ ପ୍ରତ୍ୟେକ ଗ୍ରୁପରୁ ୨ଟି ଟିମ ସେମିଫାଇନାଲକୁ ଉନ୍ନୀତ ହେବେ । ଫାଇନାଲରେ ପ୍ରବେଶ କରିଥିବା ୨ଟି ଟିମ ଓ ତୃତୀୟ ସ୍ଥାନ ହାସଲ କରିଥିବା ଦଳ ଅଲିମ୍ପିକ ଯୋଗ୍ୟତା ହାସଲ କରିବ । ଭାରତ ଜାନୁୟାରୀ ୧୩ରେ ଆମେରିକାକୁ, ୧୪ରେ ନ୍ୟୁଜିଲାଣ୍ଡ ଓ ୧୬ରେ ଇଟାଲୀକୁ ଭେଟିବ । ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ଟିମ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରି ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିସାରିଛି ।

ଓଡିଶା ଟିମ: ସବିତା ପୁନିଆ (ଅଧିନାୟିକା), ବିଛୁ ଦେବୀ ଖାରିବୋମ, ନିକ୍କି ପ୍ରଧାନ, ଉଦିତା, ଈଶିକା ଚୌଧୁରୀ, ମୋନିକା, ନିଶା, ବୈଷ୍ଣବି ଭିଠଲ ଫାଲକେ,ନେହା, ନବନୀତ କୌର, ସଲିମା ଟେଟେ, ସୋନିକା, ଜ୍ୟୋତି, ବିଉଟି ଡୁଙ୍ଗଡୁଙ୍ଗ, ଲାଲରେମସିଆନ, ସଙ୍ଗୀତା କୁମାରୀ, ଦୀପିକା, ବନ୍ଦନା କାଟରିୟା(ଉପ ଅଧିନାୟିକା)

Leave A Reply

Your email address will not be published.