Latest Odisha News

BREAKING NEWS

ଭାରତ-ଆମେରିକା ହକି ମ୍ୟାଚ: କେଉଁ ଖେଳାଳି ହେବେ ‘ପ୍ଲେୟାର୍ ଅଫ ଦି ମ୍ୟାଚ’? ସଠିକ୍ ଉତ୍ତର ଦେଇ ଜିତନ୍ତୁ ଆକର୍ଷଣୀୟ ପୁରସ୍କାର !

ଭୁବନେଶ୍ୱର: ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେଉଛି ଭାରତ ଓ ଆମେରିକା ମହିଳା ହକି ଟିମ୍ ମଧ୍ୟରେ ମ୍ୟାଚ୍ । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଯୋଗ୍ୟତା ଅର୍ଜନ ଲାଗି ଭାରତୀୟ ମହିଳା ଦଳ ନଭେମ୍ବର ୧ ଏବଂ ୨ ତାରିଖରେ ଦୁଇଟି ମ୍ୟାଚ ଖେଳୁଛି । ପ୍ରଥମ ଦିନର ମ୍ୟାଚରେ ଭାରତୀୟ ମହିଳା ଦଳ ୫-୧ ଗୋଲରେ ଆମେରିକୀୟ ଦଳକୁ ପରାସ୍ତ କରି ମନୋବଳ ବୃଦ୍ଧି କରିପାରିଛି ।

ତେବେ ହକି ଇଣ୍ଡିଆ ପକ୍ଷରୁ ଫେସବୁକ୍ ପେଜରେ ଏହି ମ୍ୟାଚରେ ଶ୍ରେଷ୍ଠ ଖେଳାଳି ବା ‘ପ୍ଲେୟାର୍ ଅଫ ଦି ମ୍ୟାଚ’ ବିବେଚିତ ଖେଳାଳି କିଏ ହେବେ ତାହାକୁ ନେଇ ସମସ୍ତ ଦର୍ଶକ ଏବଂ ଫେସବୁକ୍ ୟୁଜର୍ସମାନଙ୍କ ଲାଗି ଏକ ଅନଲାଇନ୍ ପ୍ରତିଯୋଗିତା କରିଛନ୍ତି ।

ଯେଉଁ ୟୁଜର୍ସ ଏହି ସଠିକ୍ ଉତ୍ତର ଦେବେ ତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର ।

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୨୦ ମସିହା ଟୋକିଓ ଅଲିମ୍ପିକ୍ସ ଲାଗି ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ।

ଭାରତୀୟ ପୁରୁଷ ଦଳ ରୁଷିଆ ସହିତ ୨ଟି ମ୍ୟାଚ୍ ଖେଳୁଥିବା ବେଳେ ଆମେରିକା ବିପକ୍ଷରେ ଭାରତୀୟ ମହିଳା ଦଳ ଦୁଇଟି ମ୍ୟାଚ ଖେଳୁଛନ୍ତି ।

Leave A Reply

Your email address will not be published.