Latest Odisha News

BREAKING NEWS

ଘୋଷିତ ହେଲା ନିଟ୍-ପିଜି ୨୦୨୦ ପରୀକ୍ଷା ସୂଚୀ

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ବୋର୍ଡ଼ (ଏନବିଇ) ପକ୍ଷରୁ ନ୍ୟାସନାଲ୍ ଏଲିଜିବିଲିଟି ତଥା ପୋଷ୍ଟ ଗ୍ରାଜୁଏଟ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍ ପିଜି) ୨୦୨୦ ଜାନୁଆରୀ ୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ପରୀକ୍ଷା କାର୍ଯ୍ୟସୂଚୀ ଘୋଷିତ ହୋଇଛି ।

ଏନବିଇ ପକ୍ଷରୁ ଘୋଷିତ ବିଜ୍ଞପ୍ତି ଅନୁଯାୟୀ, ଏହି ପରୀକ୍ଷା ଲାଗି ରେଜିଷ୍ଟ୍ରେସନ ପ୍ରକ୍ରିୟା ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ରହିଛି । ଏହି ପରୀକ୍ଷାର ଫଳ ଜାନୁଆରୀ ୩୧ ତାରିଖରେ ପ୍ରକାଶିତ ହେବ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ଦେଶର ବିଭିନ୍ନ ମେଡ଼ିକାଲ୍ ଅନୁଷ୍ଠାନ ଗୁଡ଼ିକରେ ଏମଡ଼ି, ଏମଏସ ତଥା ପିଜି ଡ଼ିପ୍ଲୋମା କୋର୍ସରେ ଆଡ଼ମିଶନ ଲାଗି ଏହି ନିଟ୍ ପିଜି ପରୀକ୍ଷା ଅନୁଷ୍ଠିତ ହେବ ।

ଏହି ବିଜ୍ଞପ୍ତି ଅନୁଯାୟୀ, ପିଜିରେ ଆଡ଼ମିଶନ ଅନୁସାରେ ୍ରଅନ୍ୟ କୌଣସି ଏଣ୍ଟ୍ରାନ୍ସ ଟେଷ୍ଟ, ତଥା ରାଜ୍ୟ ଅନୁଷ୍ଠାନରେ ପରୀକ୍ଷା ଏହି ପରୀକ୍ଷା ସହ ସମକକ୍ଷ ନୁହେଁ ।

ଏହି ପରୀକ୍ଷା କମ୍ପ୍ୟୁଟର ଦ୍ୱାରା ଅନୁଷ୍ଠିତ ହେବାସହିତ ଗୋଟିଏ ସେସନରେ ସମାପ୍ତ ହେବ ।

ସମସ୍ତ ପରିକ୍ଷାର୍ଥୀମାନେ ନିମ୍ନଲିଖିତ ସୂଚୀ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

କେତେକ ଜରୁରୀ ତାରିଖ ମନେରଖିବା ଜରୁରୀ:

– ଅନଲାଇନ୍ ମାଧ୍ୟମରେ ଆବେଦନର ଶେଷ ତାରିଖ – ନଭେମ୍ବର ୧ରୁ ନଭେମ୍ବର ୨୧
– ପରୀକ୍ଷା ତାରିଖ – ଜାନୁଆରୀ ୫, ୨୦୨୦
– ପରୀକ୍ଷା ଫଳାଫଳ ତାରିଖ – ଜାନୁଆରୀ ୩୧, ୨୦୨୦

କିପରି ଆବେଦନ କରିବେ?

ସମସ୍ତ ନିଟ୍ ପିଜି ପରିକ୍ଷାର୍ଥୀମାନେ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିପାରିବେ । ଏହି ଅନଲାଇନ ପୋର୍ଟାଲରେ ଆବେଦନ କରିବା ସମୟରେ ସ୍ଥାନୀୟ ପରିକ୍ଷାକେନ୍ଦ୍ରର ନିକଟସ୍ଥ ସହରର ନାମ ଉଲ୍ଲେଖ କରିବା ଜରୁରୀ । ଏହି ପରୀକ୍ଷା ସମ୍ପର୍କୀତ ସମସ୍ତ ବିବରଣୀ ମାଧ୍ୟମରେ ଜାଣିହେବ ।

ପରୀକ୍ଷା ଦେୟ କେତେ ପଇଠ କରିବାକୁ ପଡ଼ିବ ଜାଣନ୍ତୁ:

• ସାଧାରଣ ବର୍ଗ / ଓବିସି ପ୍ରାର୍ଥୀଙ୍କ ନିମନ୍ତେ – ୩, ୭୫୦ ଟଙ୍କା
• ଏସସି / ଏସଟି / ପିଡବ୍ଲ୍ୟୁଡ଼ି (ଶାରିରୀକ ଅକ୍ଷମ) ପ୍ରାର୍ଥୀଙ୍କ ନିମନ୍ତେ – ୨, ୭୫୦ ଟଙ୍କା

Leave A Reply

Your email address will not be published.