Latest Odisha News

କମ୍ପିଲା କଳିଙ୍ଗ : ଏଫଆଇଏଚ୍ ପ୍ରୋ-ଲିଗ୍‌ ହକି ଆରମ୍ଭ

ଭୁବନେଶ୍ୱର: କମ୍ପିଲା କଳିଙ୍ଗ ଷ୍ଟାଡିୟମ । ଆରମ୍ଭ ହେଲା FIH ପ୍ରୋ-ଲିଗ୍‌ ହକି । କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ପୁରୁଷ ଓ ମହିଳା ଟିମ୍ ସ୍ପେନକୁ ଭେଟିଛି । ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ । ମହିଳା ମ୍ୟାଚ୍‌ ସଂଧ୍ୟାରୁ ଆରମ୍ଭ ହୋଇଥିବାବେଳେ ପୁରୁଷ ମ୍ୟାଚ୍‌ ରାତି ୭ଟା ୩୦ରେ ଆରମ୍ଭ ହେବ ।

ସେପଟେ ଭାରତ ଘରୋଇ ମାଟିରେ ମ୍ୟାଚ୍‌ ଜିତି ବିଜୟଧାରା ବଜାୟ ରଖିବ ବୋଲି ଅଶା ରହିଛି । ଟୋକିଓ ଅଲିମ୍ପିକ୍‌ସରେ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଥିବା ମହିଳା ଦଳ ପୂରା ଦମ୍ ସହ ପଡ଼ିଆକୁ ଓହ୍ଲାଇବ ବୋଲି ଉପ-ଅଧିନାୟିକା ଦୀପଗ୍ରେସ ଏକ୍କା କହିଛନ୍ତି।

ଉଭୟ ଟିମ୍ ଉତ୍ସାହିତ କରିବ ବୋଲି କୁହାଯାଉଛି  । ତେବେ ଜୁନିୟର ବିଶ୍ୱକପ୍ ମ୍ୟାଚ ପରେ ଏଫଆଇଏଚ ପ୍ରୋ ଲିଗ ହକି ଉପରେ ସମସ୍ତଙ୍କ ନଜର ରହିଛି  ।

Comments are closed, but trackbacks and pingbacks are open.