ଭୁବନେଶ୍ୱର: ଦର୍ଶକରେ ଭରପୂର କଳିଙ୍ଗ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ଏଫଆଇଏଚ ପ୍ରୋ ଲିଗର ଏକ ରୋମାଂଚକ ମୁକାବିଲାରେ ଭାରତ ୪-୩ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ୧-୩ରେ ପଛୁଆ ଥିବା ଭାରତ ମ୍ୟାଚକୁ ବରାବର କରିବା ସହ ଶେଷ ମୂହର୍ତରେ ଗୋଲ ସ୍କୋର କରି ଘରୋଇ ଦର୍ଶକଙ୍କ ମନ ଜିଣିଥିଲେ । ମନଦୀପ ମୋର ୧୩ତମ ମିନିଟରେ ଭାରତ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ । ଦ୍ୱିତୀୟ କ୍ୱାର୍ଟରରେ ସାମ ଲେନ ଗୋଲ ଦେଇ ମ୍ୟାଚକୁ ୧-୧ ସମାନ ସ୍ଥିତିକୁ ଆଣିଥିଲେ । ତୃତୀୟ କ୍ୱାର୍ଟରରେ ନ୍ୟୁଜିଲାଣ୍ଡ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଆଉ ୨ଟି ଗୋଲ ଦେଇ ମ୍ୟାଚରେ ୩-୧ରେ ଅଗ୍ରଣୀ ହାସଲ କରି ନେଇଥିଲା । ଏହି ଦୁଇଟି ଗୋଲ ଜ୍ୟାକ ସ୍ମିଥ ଓ ଲେନ ଦେଇଥିଲେ ।
ହରମନପ୍ରୀତ ସିଂ ୪୧ତମ ମିନିଟରେ ଗୋଲ କରିବା ଫଳରେ ମ୍ୟାଚ ୩-୨ ସ୍ଥିତିକୁ ଆସିଥିଲା । ଅଧିନାୟକ ମନଦୀପ ସିଂ ୫୧ ଓ ୫୬ ତମ ମିନିଟରେ ଗୋଲ କରି ଭାରତକୁ ବିଜୟୀ କରାଇଥିଲେ । ମନଦୀପଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ଅକ୍ଟୋବର ୩୦ରେ ଭାରତର ତାର ପରବର୍ତୀ ମୁକାବିଲାରେ ସ୍ପେନକୁ ଭେଟିବ ।
Comments are closed.