Latest Odisha News

BREAKING NEWS

ଏଫଆଇଏଚ ପ୍ରୋ ଲିଗ: ଅଷ୍ଟ୍ରେଲିଆକୁ ୩-୧ ସୁଟଆଉଟରେ ପରାସ୍ତ କଲା ଭାରତ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଥିବା ଏଫଆଇଏଚ ହକି ପ୍ରୋ ଲିଗ ମ୍ୟାଚରେ ଆଜି ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ୩-୧ ପେନାଲ୍ଟି ସୁଟଆଉଟରେ ପରାସ୍ତ କରିଛି ଭାରତ । ମ୍ୟାଚର ନିର୍ଦ୍ଧାରିତ ସମୟରେ ଦୁଇ ଦଳ ୨-୨ରେ ଗୋଲ ସ୍କୋର କରି ଅମିମାଂସିତ ରଖିବା ପରେ ପେନାଲ୍ଟି ସୁଟଆଉଟର ସାହାଯ୍ୟ ନିଆଯାଇଥିଲା ।

ଭାରତ ପକ୍ଷରୁ ରୁପିନ୍ଦର ପାଲ୍ ସିଂହ, ହରମନପ୍ରୀତ ସିଂହ ଦୁଇଟି ଗୋଲ୍ ସ୍କୋର କରିଥିବା ବେଳେ ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରେଣ୍ଟ ମିଟନ ଏବଂ ଆରାନ ଜାଲେୱିସ୍କି ଗୋଲ ସ୍କୋର କରିଥିଲେ ।

ଏଠାରେ ସୂଚନାଯୋଗ୍ୟ, ଭାରତ ଶୁକ୍ରବାର ଦିନ ୧ମ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ୩-୪ ଗୋଲରେ ପରାସ୍ତ ହୋଇଥିଲା । ଉଭୟ ଦଳ ୬ଟି ମ୍ୟାଚ ଖେଳି ୧୦ ପଏଣ୍ଟ ଲେଖାଏଁ ହାସଲ କରିଥିବା ବେଳେ ଅଷ୍ଟ୍ରେଲିଆ ଦଳ ଗୋଲ ବ୍ୟବଧାନରେ ଭାରତଠୁଁ ଆଗରେ ରହିଛି ।

Leave A Reply

Your email address will not be published.