Latest Odisha News

BREAKING NEWS

କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠୁ ଏଫଆଇଏଚ୍ ହକି ଟକ୍କର୍: ଋୁଷିଆକୁ ଭେଟୁଛି ଭାରତ

ଭୁବନେଶ୍ୱର: ଭାରତର ସ୍ପୋର୍ଟସ କ୍ୟାପିଟାଲ୍ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠୁ ଆରମ୍ଭ ହେଉଛି ପୁରୁଷ ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ । ଏହି ହକି ପ୍ରତିଯୋଗିତାରେ ୮ଟି ରାଷ୍ଟ୍ର ଅଂଶ ଗ୍ରହଣ କରୁଥିଲେ ମଧ୍ୟ ଭାରତ ଟୁର୍ଣ୍ଣାମେଣ୍ଟର ଫେବରିଟ୍ ଟିମ୍ । ଏହି ଟୁର୍ଣ୍ଣାମେଣ୍ଟର ଦୁଇଟି ଶ୍ରେଷ୍ଠ ଦଳ ସିଧାସଳଖ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବେ । ତେଣୁ ଏଠାରେ ଖେଳାଯିବାକୁ ଥିବା ସମସ୍ତ ମ୍ୟାଚ୍ ଗୁଡ଼ିକ ବେଶ୍ ପ୍ରତିଦ୍ୱନ୍ଦିତା ମୂଳକ ହେବ ବୋଲି ଆଶା କରାଯାଉଛି ।

ଆଜି ଭାରତୀୟ ହକି ଦଳ ସନ୍ଧ୍ୟାରେ ଖେଳାଯିବାକୁ ଥିବା ମ୍ୟାଚରେ ଭେଟୁଛି ଋୁଷିଆ ଦଳକୁ । ସନ୍ଧ୍ୟା ୫ଟାରେ ପୋଲାଣ୍ଡ ଭେଟିବ ଉଜବେକିସ୍ଥାନକୁ ।

କଳିଙ୍ଗ ଷ୍ଟାଡ଼ିୟମରେ ସକାଳ ୮ଟା ବେଳେ ଖେଳାଯାଇଥିବା ଉଦଘାଟନୀ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳକୁ ଯୁକ୍ତରାଷ୍ଟ୍ର ଆମେରିକା ୨-୦ ଗୋଲରେ ପରାସ୍ତ କରିଛି । ଆମେରେକୀୟ ଖେଳାଳି ଖ୍ରିଷ୍ଟିଆନ ଆଞ୍ଜେଲିସ୍ ଓ ପାଲ୍ ସିଂହ ଗୋଟିଏ କରି ଗୋଲ୍ ସ୍କୋର କରି ଦଳକୁ ଜିତାଇ ପାରିଛନ୍ତି ।

ଭାରତ ଫେବରିଟ୍:
ଭାରତୀୟ ହକି ଦଳ ଏହି ଟୁର୍ଣ୍ଣାମେଣ୍ଟ ଜିତିବା ନେଇ ବେଶ୍ ଆଶାବାଦୀ । ଭାରତର ବିଶ୍ୱ ର‌୍ୟାଙ୍କିଂ ୫ରେ ଥିବାବେଳେ ଦଳ ଏହି ପ୍ରତିଯୋଗିତା ଜିତି ସିଧା ଅଲିମ୍ପିକ୍ସରେ ପ୍ରବେଶ କରିବାକୁ ଆଶା ବାନ୍ଧିଛି । ଭାରତୀୟ ଦଳରେ ୨ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି, ସେମାନେ ହେଲେ ବିରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ।

Leave A Reply

Your email address will not be published.