Latest Odisha News

BREAKING NEWS

ଭାରତ ଗସ୍ତରେ ଫିଜି ଉପପ୍ରଧାନମନ୍ତ୍ରୀ, ପ୍ରଥମ ବିଦେଶୀ ନେତା ଭାବେ ଯିବେ ଅଯୋଧ୍ୟା

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବେ ଫିଜିର ଉପ-ପ୍ରଧାନମନ୍ତ୍ରୀ । ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁସାରେ ଫିଜିର ଉପ-ପ୍ରଧାନମନ୍ତ୍ରୀ ବିମାନ ପ୍ରସାଦ ଆଜିଠାରୁ ଏକ ସପ୍ତାହ ପାଇଁ ଭାରତ ଗସ୍ତରେ ଆସିବେ। ଗତ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦଘାଟନ ପରେ ଅଯୋଧ୍ୟାକୁ ଗସ୍ତ କରିବାରେ ସେ ପ୍ରଥମ ବିଦେଶୀ ନେତା ହେବେ ।

ବିମାନ ପ୍ରସାଦ ଆସନ୍ତା ୧୦ ତାରିଖ ଯାଏଁ ଭାରତରେ ରହି ୧୧ ତାରିଖରେ ଫିଜିକୁ ପ୍ରତ୍ୟାବର୍ତ୍ତନ କରିବେ । ସୋମବାର ଦିନ ଠାରୁ ଦୁଇ ଦେଶ ମଧ୍ୟରେ ସରକାରୀ କାର୍ଯ୍ୟକ୍ରମ ଆରମ୍ଭ ହେବ । ୫ ଫେବୃଆରୀରେ ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହିତ ବୈଠକ କରିବା ସହ ବିଦେଶ ଓ ଶିକ୍ଷା ରାଜ୍ୟ ମନ୍ତ୍ରୀ ରାଜକୁମାର ରଞ୍ଜନ ସିଂଙ୍କୁ ମଧ୍ୟ ଭେଟିବେ ।

ଫେବୃଆରୀ ୬ ତାରିଖରେ ରାଜଧାନୀ ଦିଲ୍ଲୀରେ ଓ ୭ ତାରିଖରେ ଗୋଆରେ ନିର୍ଦ୍ଧାରିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାପରେ ୮ ଫେବୃଆରୀରେ ଅଯୋଧ୍ୟା ଯାଇ ପ୍ରଭୁ ରାମଲାଲାଙ୍କ ଦର୍ଶନ କରିବେ ଫିଜି ଉପ ପ୍ରଧାନମନ୍ତ୍ରୀ ପ୍ରସାଦ । ୯ ତାରିଖରେ ଅହମଦାବାଦ ଅଭିମୁଖେ ଯାତ୍ରା କରି ଗାନ୍ଧୀନଗରକୁ ଗସ୍ତ କରିବେ ।

Leave A Reply

Your email address will not be published.