Latest Odisha News

BREAKING NEWS

ମଙ୍କି ଗେଟ ବିବାଦ: ହରଭଜନଙ୍କୁ ସାଇମଣ୍ଡସ କହିଥିଲେ ତୁମ ମୁଣ୍ଡରେ…..

୨୦୦୮ରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ଅବସରରେ ମଙ୍କି ଗେଟ ବିବାଦ କ୍ରିକେଟରେ କଳଙ୍କର ଛିଟା ପକାଇଥିଲା । ହରଭଜନ ସିଂ ଓ ଆର ପାରିରେ ଥିବା ଆଣ୍ଡ୍ର‌୍ୟୁ ସାଇମଣ୍ଡସଙ୍କ ଏହି ବିବାଦ ସେ ସମୟରେ ବେଶ ଆଲୋଡନ ସୃଷ୍ଟି କରିଥିଲା । ଭାରତୀୟ ଇନିଂସର ୧୧୬ତମ ଓଭରର ସମାପ୍ତି ପରେ ହରଭଜନ ଓ ସାଇମଣ୍ଡସଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବା ଦେଖିବାକୁ ମିଳିଥିଲା ।

ପରେ ଅଷ୍ଟ୍ରେଲିଆ ଟିମ ହରଭଜନଙ୍କ ବିପକ୍ଷରେ ବର୍ଣ୍ଣ ବୈଶମ୍ୟ ଅଭିଯୋଗ ଆଣିଥିଲେ । ହରଭଜନଙ୍କ ଏଥିପାଇଁ ଗୋଟିଏ ଟେଷ୍ଟରୁ ବାସନ୍ଦ ମଧ୍ୟ କରାଯାଇଥିଲା । ତେବେ ଭାରତର ଅଫ ସ୍ପିନର ସାଇମଣ୍ଡସଙ୍କୁ ମଙ୍କି କହି ନ ଥିବା ବାରମ୍ବାର କହିଥିଲେ ମଧ୍ୟ ଅମ୍ପାୟର ଶୁଣି ନ ଥିଲେ । ବହୁତ ଦିନ ପରେ ହରଭଜନ ଏହି ବିବାଦ ଉପରୁ ପରଦା ଉଠାଇଥିଲେ ।

ସେ ଏକ ସାକ୍ଷାତକାରରେ କହିଥିଲେ ସାଇମଣ୍ଡସ ମୋତେ ଖରାପ ବ୍ୟବହାର ପ୍ରଦର୍ଶନ କରିବା ପରେ ମୋ ମୁଣ୍ଡରେ ଅଣ୍ଡକୋଷ ଅଛି ବୋଲି କହିଥିଲେ । ଜଣେ ପଞ୍ଜାବୀ ଭାବେ ଏହା ମୋତେ ବାଧିଥିଲା । ମୁଁ ରାଗରେ ତାଙ୍କୁ ତେରି ମା କି.. କହିଥିଲି । ସେ କିନ୍ତୁ ଏହାକୁ ମଙ୍କି ଭାବି ନେବା ଫଳରେ ବିବାଦ ବଢ଼ିଥିଲା ।

ସଚିନ ତେନ୍ଦୁଲକର ମଧ୍ୟ ତାଙ୍କ ପୁସ୍ତକରେ ଭଜି ତେରି ମାକି କହିଥିବା ଲେଖିଥିଲେ । ଉତର ଭାରତରେ ଜଣେ ରାଗିଗଲେ ପ୍ରାୟତଃ ଏହା କହିଥାଏ । ମୋ ପାଇଁ ଉକ୍ତ ଘଟଣା ଖେଳର ଏକ ଅଂଶ ବିଶେଷ ଥିଲା ବୋଲି ସଚିନ କହିଛନ୍ତି ।

Leave A Reply

Your email address will not be published.