Latest Odisha News

BREAKING NEWS

ଏହି ଦିନ ରିଲିଜ୍ ହେବ ଫିଲ୍ମ ‘ଆନିମଲ’,ଭିନ୍ନ ଚରିତ୍ରରେ ନଜର ଆସିବେ ରଣବୀର

ମୁମ୍ବାଇ: ଦୀର୍ଘ ଦିନ ହେଲା ବଲିଉଡ ଅଭିନେତା ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ’ର ରିଲିଜ୍‌କୁ ନେଇ ଚର୍ଚ୍ଚା ହେଉଛି । ନିର୍ମାତା ଅନେକ ଥର ଫିଲ୍ମର ରିଲିଜ୍ ତାରିଖ ଆଗକୁ ବଢାଇଉନ୍ତି । ଶେଷରେ ଫିଲ୍ମର ନିର୍ମାତା ଏହାର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମ ଡିସେମ୍ବର ୧ ତାରିଖରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ । ସେପ୍ଟେ୍ଟମ୍ବର ୨୮ ରେ ଫିଲ୍ମର ଟିଜର ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି ।

BjdElectrycity

ନିକଟରେ ଫିଲ୍ମ ‘ଆନିମଲ’ର ପୋଷ୍ଟର ସାମ୍ନାକୁ ଆସିଛି । ଏହି ପୋଷ୍ଟରରେ ରଣବୀର କପୁରଙ୍କ ଭିନ୍ନ ଲୁକ୍ ନଜର ଆସିଛନ୍ତିି । ପୋଷ୍ଟରରେ ରଣବୀର ସିଗାରେଟ ଟାଣୁଥିବାର ନଜର ଆସିଛନ୍ତି । ଏହି ପୋଷ୍ଟର ସହିତ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଏହି ଫିଲ୍ମଟି ଡିସେମ୍ବର ୧ ତାରିଖରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ୍ ସମେତ ଅନେକ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମରେ ରଣବୀରଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ । ଏଥିରେ ରଣବୀରଙ୍କ ବ୍ୟତୀତ ରଶ୍ମିକା ମନ୍ଦନା, ବବି ଦେଓଲ୍‌, ଅନିଲ କପୁର ଏବଂ ତ୍ରୁପ୍ତି ଡିମ୍ରି ପ୍ରମୁଖ ଭୂମିକାରେ ନଜର ଆସିବେ ।

 

Leave A Reply

Your email address will not be published.