Latest Odisha News

ଫିଲ୍ମ ‘ଛତ୍ରପତି’ର ପ୍ରଥମ ପୋଷ୍ଟର ରିଲିଜ୍‌

ମୁମ୍ବାଇ: ଅଧିକାଂଶ ଟଲିଉଡ ଅଭିନେତା ଏବେ ବଲିଉଡ଼ ମୁହାଁ ହେଉଛନ୍ତି । ସେଥିମଧ୍ୟରୁ ବେଲାମକୋଣ୍ଡା ସାଇ ଶ୍ରୀନିବାସ ଖୁବ୍‌ଶୀଘ୍ର ବଲିଉଡ଼ରେ ନଜର ଆସିବେ । ସେ ତେଲୁଗୁ ଫିଲ୍ମ ‘ଛତ୍ରପତି’ର ହିନ୍ଦୀ ରିମେକେରେ ନଜର ଆସିବେ । ନିକଟରେ ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି । ଏହି ଫିଲ୍ମ ଆସନ୍ତା ମେ ୧୨ ତାରିଖରେ ମୁକ୍ତିଲାଭ କରିବ ।

ଏବେ ସାଉଥ୍ ସିନେମା ସାରା ବିଶ୍ୱରେ ଏକ ସ୍ପ୍ଲାସ୍ କରୁଛି । ବର୍ତ୍ତମାନ ଯେତିକି ଦର୍ଶକ ବଲିଉଡ ଫିଲ୍ମ ଦେଖିବା ପାଇଁ ପସନ୍ଦ କରୁଛନ୍ତି ସେତିକି ଦକ୍ଷିଣୀ ଫିଲ୍ମ ଦେଖିବା ପାଇଁ ମଧ୍ୟ ପସନ୍ଦ କରୁଛନ୍ତିି । ଏବେ ତେଲୁଗୁ ଅଭିନେତା ବେଲାମକୋଣ୍ଡା ସାଇ ଶ୍ରୀନିବାସ ହିନ୍ଦୀ ଫିଲ୍ମ ଆଡକୁ ଯାଉଛନ୍ତି । ଏହି ଫିଲ୍ମରେ ଭି ଭି ବିନାୟକ ନିର୍ଦ୍ଦେଶନା ଦେଇଛନ୍ତି । ବିନାୟକ ଅନେକ ସାଉଥ୍ ହିଟ୍ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଫିଲ୍ମର ସୁଟିଂ ଶେଷ ହୋଇଛି ।
ଅଭିନେତା ବେଲାମକୋଣ୍ଡା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ଫିଲ୍ମ ‘ଛତ୍ରପତି’ ମେ ୧୨ ତାରିଖରେ ପ୍ରେକ୍ଷାଳୟକୁ ଆସିବ । ଏଥିଲାଗି ମୁଁ ବହୁତ ଉତ୍ସାହିତ ଅଛି । ଏଥିରେ କଠିନ ପରିଶ୍ରମ କରିଛି । ଏହା ନିଶ୍ଚୟ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ।

Comments are closed.