Latest Odisha News

BREAKING NEWS

ରଜରେ ରିଲିଜ ହେବ ‘ଚୁମ୍‌କି’

ଭୁବନେଶ୍ୱର: ଖୋଲିଗଲାଣି ସିନେମା ହଲ । ଦର୍ଶକ ବି ଶହେ ପ୍ରତିଶତ ବସିବା ପାଇଁ ଅନୁମତି ମିଳିଲାଣି । ଏବେ ଅପେକ୍ଷା ବଡ ସିନେମାକୁ । ଏହାକୁ ଦୃଷ୍ଟି ରଖି ରଜରେ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ଚୁମ୍‌କି-ସେ ତ ପାଣିରେ ବୁଡିବ ନାହିଁ କି’ ।

ଭଦ୍ରା ମୋଶନ ଷ୍ଟୁଡିଓ ନିବେଦିତ ତଥା ଉପହାର ଭଦ୍ର ନିବେଦିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଗିରୀଶ ମହାନ୍ତି । ରବିନ୍ଦ୍ର ବେହେରା ଏହାର ସିନେମାଟୋଗ୍ରାଫି ଦାୟିତ୍ୱରେ ଥିବାବେଳେ ସଙ୍ଗୀତ ଦେଇଛନ୍ତି ବିଭୂତି ଭୂଷଣ । କାହାଣୀ ରଚନା କରିଛନ୍ତି ଭରଦ୍ୱାଜ ପଣ୍ଡା । ସମ୍ପାଦନାରେ ଅଛନ୍ତି ରାଜେଶ ଦାଶ । ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ‘ଚୁମକି-ସେ ତ ପାଣିରେ ବୁଡିବ ନାହିଁକି’ ଏକ ମୌଳିକ ସିନେମା । ଏକ ଭିନ୍ନ ସ୍ୱାଦର ଏହି ଚଳଚ୍ଚିତ୍ରରେ ଟେଲି ଅଭିନେତ୍ରୀ ଉପାସନା ପ୍ରଥମ କରି ଚଳଚ୍ଚିତ୍ର କ୍ଷେତ୍ରରେ ପାଦ ରଖିଛନ୍ତି । ଉପାସନାଙ୍କ ସହିତ ଶ୍ରେୟାନଙ୍କ ଯୋଡିକୁ ପ୍ରଥମଥର ପରଦା ଉପରେ ଦେଖିବେ ଦର୍ଶକ ।

ସେପଟେ ‘ଚୁମ୍‌କି’ ଜରିଆରେ ଡେବ୍ୟୁ କରିବେ ନିର୍ଦ୍ଦେଶକ ଗିରୀଶ ମହାନ୍ତି । ଚଳଚ୍ଚିତ୍ରରେ ରହିଛି ୭ଟି ମନଛୁଆଁ ଗୀତ ରହିଛି ।ଏହାର ସୁଟିଂ ହିମାଳୟ ପାଦଦେଶ, କୋରାପୁଟ ଓ ବାରିପଦାରେ ଚାଲିଛି ।

Leave A Reply

Your email address will not be published.