Latest Odisha News

BREAKING NEWS

ଭାଉଜକୁ ଶିଳପୁଆରେ ଛେଚି ହତ୍ୟା କଲା ଦିଅର

ଅନୁଗୁଳ : ଅନୁଗୁଳ ସଦର ଥାନା ସୁସୁଡା ଗାଁରେ ଅଭାବନୀୟ ଘଟଣା । ଭାଉଜକୁ ଶିଳପୁଆରେ ଛେଚି ହତ୍ୟା କଲା ଦିଅର । ଏହା ପରେ ଅଭିଯୁକ୍ତ ସୁବାସ ଭୋଇ ଅନୁଗୁଳ ଥାନାରେ ଆତ୍ମସମର୍ପଣ କରିଛି ।

ସୂଚନା ଅନୁସାରେ ସୁସୁଡା ସ୍କୁଲ ସମ୍ମୁଖରେ ରହୁଥିବା ସଙ୍ଗୀତା ଭୋଇଙ୍କ ସ୍ୱାମୀ ନୀଳମଣି ବ।।ହାରକୁ କାମ କରିବାକୁ ଯାଇଥିବା ବେଳେ ଦିଅର ସୁବାସ ତାଙ୍କ ଘରକୁ ଆସିଥିଲା । ଏହି ସମୟରେ କୌଣସି କାରଣରୁ ସୁବାସ ସଙ୍ଗୀତାଙ୍କୁ ଶିଳପୁଆରେ ଛେଚି ଦେଇଥିଲେ । ଘଟଣା ସ୍ଥଳରେ ହିଁ ସଙ୍ଗୀତାଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ସୁବାସ ଥାନାରେ ଆତ୍ମସମର୍ପଣ କରିଥିଲେ ।

ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ତଦନ୍ତ ଆରମ୍ଭ କରିଥିଲା । ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ । ତେବେ ପ୍ରାଥମିକ ତଦନ୍ତ ବେଳେ ସୁବାସଙ୍କ ମାନସିକ ଅବସ୍ଥା ଠିକ ନଥିବାରୁ ଏଭଳି କାଣ୍ଡ ଭିଆଇଥିବା ଜଣା ପଡିଛି ।

Leave A Reply

Your email address will not be published.