Latest Odisha News

BREAKING NEWS

ଚଳଚ୍ଚିତ୍ର ସମୀକ୍ଷକ ସୂର୍ଯ୍ୟ ଦେଓ ଜାତୀୟ ପୁରସ୍କାରକୁ ଓଡ଼ିଆ ସିନେମା ସାମ୍ବାଦିକତା ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ

ନୂଆ ଦିଲ୍ଲୀ : ନୂଆଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ୨୦୨୦ ବର୍ଷ ପାଇଁ ୬୮ ତମ ଚଳଚ୍ଚିତ୍ର ଓ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହୋଇ ଯାଇଛି। ଏହି ଅବସରରେ ପ୍ରକାଶକ ବନୋଜ ତ୍ରିପାଠୀ ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କୁ କାଲି ପାଇଁ ‘କାଲି’ ର ପୁସ୍ତକ ପାଇଁ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି।

ଶ୍ରୀ ଦେଓ ଏହି ପୁରସ୍କାରକୁ ଓଡ଼ିଆ ଚଳଚ୍ଚିତ୍ର ସାମ୍ବାଦିକତା କରୁଥିବା ସାମ୍ବାଦିକମାନଙ୍କ ସହ ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ଏହି ପୁରସ୍କାରକୁ ଉତ୍ସର୍ଗ କରିଛନ୍ତି।  ଏହି ପୁସ୍ତକଟି ପକ୍ଷୀଘର ପ୍ରକାଶନୀ ଦ୍ୱାରା ପ୍ରକାଶିତ ହୋଇଛି ଏବଂ ଏଥିରେ ୨୧ ଟି ଓଡ଼ିଆ ସିନେମାର ତଥ୍ୟ ସମ୍ମିଳିତ ୧୦୦ ଟି ବିରଳ ଚିତ୍ର ସ୍ଥାନ ପାଇଛି।

Comments are closed.