Latest Odisha News

BREAKING NEWS

ଲଞ୍ଚ ପୂର୍ବରୁ ଅନଲାଇନରେ ଲିକ୍ ହେଲା ଜିଓଫୋନ ୫ଜିର ସ୍ପେସିଫିକେସନ

ଓଡିଶା ସମ୍ବାଦ ବ୍ୟୁରୋ: ଜିଓ ସ୍ମାର୍ଟଫୋନ ୫ଜି ବିଷୟରେ ଅନେକ ମାସ ଧରି କ୍ରମାଗତ ବିଭିନ୍ନ ପ୍ରକାରର ସୂଚନା ମିଳୁଛି। ତଥାପି ଏବେ ପର୍ଯ୍ୟନ୍ତ ଜିଓଫୋନ ୫ଜି ଲଞ୍ଚ ସମ୍ପର୍କିତ କୌଣସି ଆନୁଷ୍ଠାନିକ ଭାବେ ଘଷୋଣା କରାଯାଇନାହିଁ। କିନ୍ତୁ ବର୍ତ୍ତମାନ ୫ଜି ଫୋନର ସ୍ପେସିଫିକେସନ ଅନଲାଇନରେ ଲିକ୍ ହୋଇଥିବା ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟରୁ ଜଣାପଡିଛି ଯେ ମାର୍କେଟରେ ଆସୁଥିବା ନୂଆ ଜିଓଫୋନ ୫ଜି ସ୍ମାର୍ଟଫୋନରେ ୪ ଜିବି ରାମ (RAM), ୩୨ ଜିବି ଷ୍ଟୋରେଜ୍ ଏବଂ ସ୍ନାପଡ୍ରାଗନ୍ ୪୮୦ ପ୍ରୋସେସର ଭଳି ଫିଚର ଦିଆଯିବ।

ଜିଓଫୋନ ୫ଜିରେ ଏକ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ଏବଂ ୧୩ ମେଗାପିକ୍ସେଲ ପ୍ରାଇମେରି ସେନ୍ସର ରହିପାରେ। ଏହା ବ୍ୟତୀତ ଲଞ୍ଚ ହେବାକୁ ଥିବା ଜିଓଫୋନର କୋଡ୍ ନେମ୍ ଏବଂ ମଡେଲ ନମ୍ବର ମଧ୍ୟ ଲିକ୍ ହୋଇଛି। 91 ମୋବାଇଲ୍ ସହଭାଗିତାରେ Kuba Wojciechowski (@Za_Raczke) ଆଗାମୀ ଜିଓଫୋନ ୫ଜିର ପ୍ରମୁଖ ସ୍ପେସିଫିକେସନ ଏବଂ ଫର୍ମୱେୟାର ବିବରଣୀ ମଧ୍ୟ ଖୁଲାସା ହୋଇଛି। ରିପୋର୍ଟ ଅନୁଯାୟୀ, ହ୍ୟାଣ୍ଡସେଟର କୋଡ୍ ନେମ୍ ହେଉଛି ‘ଗଙ୍ଗା’ ଏବଂ ମଡେଲ ନମ୍ବର ହେଉଛି LS1654QB5 । ଏହି ସ୍ମାର୍ଟଫୋନ୍ LYF ସହିତ ଲଞ୍ଚ ହେବ ଏବଂ ବଜାରରେ Jio Phone True 5G (ଜିଓ ଫୋନ ଟ୍ରୁ ୫ଜି) ଭାବରେ ଉପଲବ୍ଧ ହେବ ବୋଲି ସୂଚନା ରହିଛି।

ଏହି ୫ଜି ସ୍ମାର୍ଟଫୋନରେ 18W ଚାର୍ଜିଂ ସହିତ 5000mAh ବ୍ୟାଟେରୀ ରହିବ ବୋଲି ଆଶା କରାଯାଉଛି। ଫୋନରେ Syntiant NDP115 always-on AI ପ୍ରୋସେସର୍ ରହିବ ବୋଲି କୁହାଯାଉଛି।

ଯଦି ଆମେ କ୍ୟାମେରା ବିଷୟରେ କହିବା, ତେବେ ଜିଓ ୫ଜି ସ୍ମାର୍ଟଫୋନରେ ଏକ ଡୁଆଲ୍ ରିୟର କ୍ୟାମେରା ସେଟ୍ଅପ୍ ରହିବ। ହ୍ୟାଣ୍ଡସେଟରେ ୧୩ ମେଗାପିକ୍ସେଲ ପ୍ରାଇମେରୀ ଏବଂ ୨ ମେଗାପିକ୍ସେଲ ମାକ୍ରୋ ସେନସର ରହିବ। ସେଲଫି ଏବଂ ଭିଡିଓ ପାଇଁ ହ୍ୟାଣ୍ଡସେଟରେ ୮ ମେଗାପିକ୍ସେଲର ପ୍ରଣ୍ଟ କ୍ୟାମେରା ରହିବ ବୋଲି ଆଶା କରାଯାଉଛି। କନେକ୍ଟିଭିଟି ପାଇଁ ସ୍ମାର୍ଟଫୋନରେ ୱାଇ-ଫାଇ 802.11 a / b / g / n, ବ୍ଲୁଟୁଥ୍ ୫.୧ ଭଳି ଫିଚର ରହିବ। ଜିଓଫୋନ ୫ଜି ରେ ଗୁଗୁଲ୍ ମୋବାଇଲ୍ ସର୍ଭିସେସ୍ ଏବଂ ଜିଓ ଆପ୍ସର ପ୍ରି-ଲୋଡେଡ ହୋଇଥିବାର ଖବର ରହିଛି।

ରିଲାଏନ୍ସ ନିକଟରେ ନିଶ୍ଚିତ କରିଛି ଯେ କମ୍ପାନୀ ଗୁଗୁଲ ସହ ମିଶି ବଜେଟ୍ ୫ଜି ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ କାର୍ଯ୍ୟ କରୁଛି। ଆସନ୍ତା ଦୁଇ ମାସ ମଧ୍ୟରେ ଭାରତରେ ପରବର୍ତ୍ତୀ ଜେନେରେସନ ୫ଜି ସେବା ପାଇଁ ୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରୁଥିବା କମ୍ପାନୀ ପ୍ରକାଶ କରିଛି।

Leave A Reply

Your email address will not be published.