ମୁମ୍ବାଇ: କୋଭିଡ଼ର ପ୍ରଭାବକୁ ନେଇ ତିଆରି ହୋଇଛି ଅନେକ ରିଲ୍ସ । ଲୋକମାନେ ମଧ୍ୟ ଏହାକୁ ବହୁ ସଂଖ୍ୟାରେ ଦେଖୁଛନ୍ତି । କିନ୍ତୁ ଆଗକୁ ଆସୁଛି କୋଭିଡ଼ ୧୯ର ପ୍ରଭାବକୁ ନେଇ ନିର୍ମିତ ହୋଇଥିବା ବଲିଉଡ଼ର ଭିନ୍ନ ସ୍ୱାଦର ଫିଲ୍ମ ‘ଭିଡ୍’ । ନିକଟରେ ଏହାର ଟ୍ରେଲର ରିଲିଜ୍ ହୋଇଛି, ଯାହାକୁ ଦର୍ଶକମାନେ ଗ୍ରହଣ କରିଥିବା କୁହାଯାଉଛି ।
ଏହି ଫିଲ୍ମରେ କରୋନା ମହାମାରିର ପ୍ରଭାବକୁ ନେଇ କାହାଣୀ ଗତିଶୀଳ ହୋଇଛି । ବିଶେଷକରି ବାରମ୍ବାର ଲକ୍ଡ଼ାଉନ୍ ଓ ସଟ୍ଡ଼ାଉନ୍ ସମୟରେ ଦେଶର ବିଭିନ୍ନ ପ୍ରାନ୍ତରେ ଶ୍ରମିକମାନେ କିଭଳି କଷ୍ଟ ଭୋଗିଥିଲେ ତାହା ସିନେମାରେ ପ୍ରତିଫଳିତ ହୋଇଛି । କୋଭିଡ଼କୁ ନେଇ ସିଲିଭର ସ୍କ୍ରିନ୍ ପାଇଁ ଏହା ପ୍ରଥମ ବିଗ୍ ବଜେଟ୍ ଫିଲ୍ମ ବୋଲି କୁହାଯାଉଛି । ଫିଲ୍ମଟିକୁ ଅନୁଭବ ସିହ୍ନା ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ମୁଖ୍ୟ ଭୁମିକାରେ ରାଜକୁମାର ରାଓ ଏବଂ ଭୁମି ପେଡନେକର ଅଭିନୟ କରିଛନ୍ତି ।
ଏକ ଛୋଟ ସହରର କାହାଣୀକୁ ନେଇ ନିର୍ମିତ ହୋଇଛି ଏହି ଫିଲ୍ମ । କୋଭିଡ଼ର ପ୍ରଭାବ କାରଣକୁ ବାରମ୍ବାର ଲକ୍ଡ଼ାଉନ ଓ ସଟ୍ଡ଼ାଉନ ଲାଗୁ ହେବା ପରେ ସହରକୁ ଜୀବିକା ପାଇଁ ଆସିଥିବା ପରିବାର କିଭଳି ସମସ୍ୟାରେ ଘାଣ୍ଟି ହୋଇଛନ୍ତି ଓ ଏଥିରୁ କିଭଳି ମୁକୁଳି ପାରୁଛନ୍ତି ତାହା ଦର୍ଶାଯାଇଛି । ଫିଲ୍ମଟିକୁ ଲୋକେ ପସନ୍ଦ କରିବେ ବୋଲି ପ୍ରଡ଼କ୍ସନ ଟିମ୍ ଆଶା ରଖିଛି ।
Comments are closed.