Latest Odisha News

BREAKING NEWS

ଚଳଚ୍ଚିତ୍ର ନିର୍ମାତା କମଲ କିଶୋର ମିଶ୍ରା ଗିରଫ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା କମଲ କିଶୋର ମିଶ୍ରା ଗତ ଦୁଇ ଦିନ ଧରି କ୍ରମାଗତ ଭାବରେ ଚର୍ଚ୍ଚାରେ ଅଛନ୍ତି। ନିର୍ମାତା ତାଙ୍କ ପତ୍ନୀ ଯାସ୍ମିନଙ୍କ ଉପରେ କାର ଚଢାଇ ହତ୍ୟା ଉଦ୍ୟମ କରିଥିଲେ। କମଲଙ୍କ ଏହି କାର୍ଯ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହା ସହିତ ଯାସ୍ମିନ୍ ମଧ୍ୟ ଥାନାରେ ମାମଲା ଦାୟର କରିଥିଲେ। ଏହା ପରେ ପୋଲିସ କମଲ କିଶୋର ମିଶ୍ରଙ୍କୁ ଥାନାରେ ଡକାଇ ପଚରାଉଚରା କରିଥିଲା। ବର୍ତ୍ତମାନ ସର୍ବଶେଷ ସୂଚନା ଅନୁଯାୟୀ ଫିଲ୍ମ ନିର୍ମାତା କମଲ କିଶୋର ମିଶ୍ରଙ୍କୁ ପୋଲିସ ଗିରଫ କରିଛି।

କମଲ କିଶୋର ମିଶ୍ରଙ୍କ ପତ୍ନୀ ଯାସ୍ମିନଙ୍କ ଅଭିଯୋଗ ପରେ ଅମ୍ବୋଲି ପୋଲିସ ଆଇପିସିର ଧାରା ୨୭୯ ଏବଂ ୩୩୮ ଅନୁଯାୟୀ କମଲ କିଶୋର ମିଶ୍ରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ନିର୍ମାତାଙ୍କ ପତ୍ନୀଙ୍କ ମୁଣ୍ଡରେ ଆଘାତ ଲାଗିଛି। ଯେଉଁଥିପାଇଁ ଯାସ୍ମିନ ଗୁରୁତର ଆହତ ହୋଇଛନ୍ତି। ପୋଲିସ ମଧ୍ୟ ତାଙ୍କୁ ନିରନ୍ତର ପଚରାଉଚରା କରୁଛି।

ସୂଚନା ଅନୁଯାୟୀ ଯାସ୍ମିନ କମଲଙ୍କ ସହ କଥା ହେବା ପାଇଁ ଘର ବାହାରେ କାର ସାମ୍ନାରେ ଠିଆ ହୋଇଥିଲେ। କମଲ ତାଙ୍କ ସହ କଥା ନହୋଇ ତାଙ୍କ ଉପରେ କାର ଚଢେଇ ଦେଇଥିଲେ। ଏହି ସମସ୍ତ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଏହାସହ ଘର ପାଖରେ ଉପସ୍ଥିତ ଜଣେ ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ଯାସ୍ମମିନଙ୍କୁ କାର ତଳୁ ଟାଣି ନେଇ ଜୀବନ ରକ୍ଷା କରିଥିଲେ। ଏହି ସମୟରେ କମଲ ତାଙ୍କ କାର ନେଇ ସେଠାରୁ ଚାଲିଯାଇଥିଲେ। ପତ୍ନୀ ଯାସ୍ମିନ୍ ତାଙ୍କ ଅଭିଯୋଗ ଦାଖଲ କରିବା ସମୟରେ କହିଛନ୍ତି ଯେ ଅକ୍ଟୋବର ୧୯ ରେ କମଲ ତାଙ୍କୁ ଏକ କାରରେ ଧକ୍କା ଦେଇଥିଲେ ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ।

ଯାସ୍ମିନ୍ କହିଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କ ଉପରେ ସନ୍ଦେହ କରୁଥିଲେ। ସେଥିପାଇଁ ସେ ତାଙ୍କୁ ଖୋଜିବାକୁ ବାହାରକୁ ଯାଇଥିଲେ। ଯେଉଁଠାରେ ସେ କାର ପାର୍କିଂ ଏରିଆରେ ଅନ୍ୟ ଜଣେ ମହିଳାଙ୍କ ସହ କମଲଙ୍କୁ ପାଇଥିଲେ। ସେ ସେମାନଙ୍କ କାର ନିକଟରେ ପହଞ୍ଚିବା ପରେ କମଲ ତାଙ୍କୁ କାରରେ ପିଟି ଦେଇ ଚାଲିଯାଇଥିଲେ। ପୂର୍ବ ଦିନ କମଲ କିଶୋର ମିଶ୍ରାଙ୍କୁ ପୋଲିସ ଦୀର୍ଘ ଦିନ ଧରି ପଚରାଉଚରା ଜାରି ରଖିଥିଲା। କମଲ କିଶୋର ମିଶ୍ର ଜଣେ ଅନେକ ବଡ ଚଳଚ୍ଚିତ୍ର ନିର୍ମାତା ଏବଂ ୱାନ ଏଣ୍ଟରଟେନମେଣ୍ଟ ଫିଲ୍ମ ପ୍ରଡକ୍ସନ୍ ନାମକ ଏକ ପ୍ରଡକ୍ସନ୍ ହାଉସ୍ ମଧ୍ୟ ଚଳାନ୍ତି ସେ।

Comments are closed.