Latest Odisha News

ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର୍ ବିକ୍ରମକୁ ଯୋଗାଯୋଗ କରିବାକୁ ଆଉ ମାତ୍ର ୨୪ ଘଣ୍ଟା ବାକି…

ନୂଆଦିଲ୍ଲୀ: ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ଶନିବାର ପୂର୍ବରୁ ବିକ୍ରମ ଲ୍ୟାଣ୍ଡର ସହିତ ଯୋଗାଯୋଗ କରିବାକୁ ଚାହୁଁଛି, ନଚେତ ଆଉ ଯୋଗାଯୋଗର ସୁବିଧା ଆସିପାରିବ ନାହିଁ । ଚନ୍ଦ୍ର ଡ଼ାହାଣ ପଟକୁ ପ୍ରଦକ୍ଷୀଣ କରିବା ଫଳରେ ସୂର୍ଯ୍ୟ ରଶ୍ମୀ ପାଇପାରିବ ନାହିଁ, ତେଣୁ ବିକ୍ରମକୁ ପାଇବା ଅସମ୍ଭବ ହୋଇଯିବ ।

“ସମୟ ଚାଲିଗଲା ପରେ ବିକ୍ରମକୁ ପାଇବା କଷ୍ଟକର ହୋଇଯିବ । ଏପରିକି ଏଥିରେ ଥିବା ଶକ୍ତିଶାଳୀ ବ୍ୟାଟେରୀ ମଧ୍ୟ ନଷ୍ଟ ହୋଇଯିବ । ତେଣୁ ଏଥିରେ ଶକ୍ତି ନଥିବା ଯୋଗୁଁ ଯୋଗାଯୋଗ ଅସମ୍ଭବ ହୋଇପଡ଼ିବ,” ବୋଲି ଇସ୍ରୋର ଜଣେ ବୈଜ୍ଞାନିକ ସୂଚନା ପ୍ରଦାନ କରିଛନ୍ତି ।

ସେପ୍ଟେମ୍ବର ୭ ତାରିଖ ଦିନ ବିକ୍ରମ ଲ୍ୟାଣ୍ଡରକୁ ଶେଷଥର ଲାଗି ଯୋଗାଯୋଗ କରାଯାଇପାରିଥିଲା । ମାତ୍ର ଲ୍ୟାଣ୍ଡିଂ କରିବାର ମୂହୁର୍ତ୍ତକ ପୂର୍ବରୁ ଏହା ଯୋଗାଯୋଗ ବିଚ୍ଛିନ୍ନ କରିଥିଲା ।

ଏହାପରଠାରୁ ଇସ୍ରୋ ବିକ୍ରମ ଲ୍ୟାଣ୍ଡରକୁ ଯୋଗାଯୋଗ କରିବାକୁ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଯୋଗାଯୋଗ ହୋଇପାରିନାହିଁ । ସୂର୍ଯ୍ୟଙ୍କୁ ପଦକ୍ଷୀଣ କରିବାକୁ ଚନ୍ଦ୍ରକୁ ୧୪ ଦିନ ଲାଗିଥାଏ ।

Comments are closed.