Latest Odisha News

BREAKING NEWS

 ମୋଦୀଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଚଳଚ୍ଚିତ୍ର ‘ମନ୍ ବୈରାଗି’

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ନିର୍ମାଣ ହେବାକୁ ଯାଉଛି ଆଉ ଏକ ସିନେମା । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଏହାର ପୋଷ୍ଟର ମଧ୍ୟ ରିଲିଜ ହୋଇଛି। ଏହି ପୋଷ୍ଟରକୁ ସୁପରଷ୍ଟାର ଅକ୍ଷୟ କୁମାର ଓ ପ୍ରଭାସଙ୍କ ଭଳି ବଲିଉଡର ଆଗଧାଡ଼ିର ଅଭିନେତା ମାନେ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।

BjdElectrycity

ଏହି ଫିଲ୍ମଟିର ନାମ ‘ମନ ବୈରାଗୀ’ ରଖାଯାଇଥିବା ବେଳେ ସଞ୍ଜୟ ଲୀଲା ଭଂସାଲୀ ଏବଂ ମହାବୀର ଜୈନଏହାର ପ୍ରଯୋଜନା ଦେଇଛନ୍ତି । ସେହିପରି ସଞ୍ଜୟ ତ୍ରିପାଠୀ ଏହାର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ଭାର ମଧ୍ୟ ସମ୍ଭାଳିଛନ୍ତି।

ଚଳିତ ବର୍ଷର ଶେଷ ସୁଦ୍ଧା ଏହି ଫିଲ୍ମ ରିଲିଜ ହେବାର ସମ୍ଭାବନା ରହିଥିବା ପ୍ରଯୋଜକ ଆଶା ପ୍ରକାଶ କରିଛନ୍ତି ।

ସାଧାରଣ ନିର୍ବାଚନର କିଛିଦିନ ପରେ ମୋଦୀଙ୍କ ଜିବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ’ ରିଲିଜ ହୋଇଥିଲା। ଏହି ଫିଲ୍ମରେ ବିବେକ ଓବରୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହାକୁ ଦର୍ଶକ ଏବଂ କ୍ରିଟିକ୍ସଙ୍କୁ ମିକ୍ସ ପ୍ରତିକ୍ରିୟା ମିଳିଥିଲା । ଫିଲ୍ମ ୨୩କୋଟି ବ୍ୟବସାୟ କରିଥିଲା।

Leave A Reply

Your email address will not be published.