Latest Odisha News

BREAKING NEWS

[ଭିଡିଓ] ପ୍ରକାଶ ପାଇଲା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

ଯାଜପୁର: ପ୍ରକାଶ ପାଇଲା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ଯାଜପୁର ଜିଲ୍ଲାରେ ମଧ୍ୟ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏହି ଅବସରରେ ପ୍ରାର୍ଥୀଙ୍କୁ ମିଳିସାରିଛି ନିର୍ବାଚନ ଚିହ୍ନ । ଛକ ବଜାରରେ ଲଗିଯାଇଛି ଚିହ୍ନ ସହ ପ୍ରାର୍ଥୀଙ୍କ ବ୍ୟାନର । ଚିହ୍ନ ପାଇ ଘମାଘୋଟ ପ୍ରଚାର ପାଇଁ ଓହ୍ଲାଇଛନ୍ତି ପ୍ରାର୍ଥୀ । କୋଭିଡ ନିୟମ ମାନି ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଥିବା ବେଳେ ଫେସବୁକ୍ ହ୍ୱାର୍ଟଆପରେ ବି ଘୁରି ବୁଲୁଛି ପ୍ରାର୍ଥୀଙ୍କ ଚିହ୍ନ । ଅନ୍ୟପଟେ ନିର୍ବାଚନ ପରିଚାଳନାରେ ରାଜନୈତିକ ଦଳମାନଙ୍କ ସହଯୋଗ କାମନା କରିଛି ପ୍ରଶାସନ । ନିର୍ବାଚନ ଆଚରଣ ବିଧିକୁ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରିଛି । ସର୍ବଦଳୀୟ ବୈଠକ କରି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କଡ଼ା ଚେତାବନୀ ଦେଇଛି ପ୍ରଶାସନ ।

ପ୍ରାର୍ଥୀମାନେ ଫୁଳମାଳ ପିନ୍ଧି, ଢୋଲ ମାଦଳ ବଜାଇ ଗାଁ ଗାଁରେ ପଶି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ଭିନ୍ନ ଭିନ୍ନ ମୁଦ୍ଦା ନେଇ ନେତାମାନେ ଲୋକଙ୍କ ପାଖକୁ ଯାଉଛନ୍ତି । ଏହାସହ ଗୋଟିଏ ଦଳ ଅନ୍ୟ ଦଳ ଉପରେ ଆରୋପ ପ୍ରତ୍ୟାରୋପ କରୁଥିବା ଦେଖିବାକୁ ମିଳିଛି । ଚଳିତ ପଞ୍ଚାୟତ ନିର୍ବାଚନରେ ଯାଜପୁରରେ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି ।

Comments are closed, but trackbacks and pingbacks are open.