ନୂଆଦିଲ୍ଲୀ: ଫେବୃଆରୀ ୩ ତାରିଖରେ ନିର୍ମାତାମାନେ ‘ଫାଇନାଲ୍ ଡେଷ୍ଟିନେସନ୍: ବ୍ଲଡ୍ଲାଇନ୍ସ’ର ଟିଜର-ଟ୍ରେଲର ରିଲିଜ୍ କରିଛନ୍ତି। ଯାହା ସିନେପ୍ରେମୀଙ୍କ ଉତ୍ସାହକୁ ବୃଦ୍ଧି କରିଛି। ୱାର୍ନର ବ୍ରଦର୍ସ ପିକଚର୍ସ ‘ଫାଇନାଲ୍ ଡେଷ୍ଟିନେସନ୍: ବ୍ଲଡଲାଇନ୍ସ’ର ଟିଜର-ଟ୍ରେଲର ରିଲିଜ୍ କରିଥିଲା।
ଫାଇନାଲ୍ ଡେଷ୍ଟିନେସନ୍: ବ୍ଲଡ୍ଲାଇନ୍ସ’ ମେ ୧୬ରେ ସିନେମା ହଲରେ।ଗାଏ ବୁସିକ ଏବଂ ଲୋରି ଇଭାନ୍ସଙ୍କ ଦ୍ୱାରା ଲିଖିତ ଏହି ହରର୍ ଫ୍ରାଞ୍ଚାଇଜର ଷଷ୍ଠ ଫିଲ୍ମର ସହ-ନିର୍ଦ୍ଦେଶକ ହେଉଛନ୍ତି ଜ୍ୟାକ୍ ଲିପୋଭସ୍କି ଏବଂ ଆଡାମ ଷ୍ଟେନ।
ଉଲ୍ଲେଖଯୋଗ୍ୟ, ଏହା ୨୦୨୫ ମେ ୧୬ରେ ରିଲିଜ ହେବାକୁ ଥିବା ବେଳେ ପ୍ରଥମ ‘ଫାଇନାଲ୍ ଡେଷ୍ଟିନେସନ୍’ ଫିଲ୍ମ ୨୦୦୦ ମସିହାରେ ମୁକ୍ତିଲାଭ କରିଥିଲା। ‘ଫାଇନାଲ୍ ଡେଷ୍ଟିନେସନ୍ ୨’ ୨୦୦୩ ମସିହାରେ ବଡ଼ ପରଦାକୁ ଆସିଥିଲା। ସେହିପରି ଫ୍ରାଞ୍ଚାଇଜର ଭାଗ ୩ ୨୦୦୬ ମସିହାରେ ମୁକ୍ତିଲାଭ କରିଥିଲା। ଏହାର ୪ ଓ ୫ ଭାଗ ଯଥାକ୍ରମେ ୨୦୦୯ ଏବଂ ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା।
Comments are closed.