Latest Odisha News

BREAKING NEWS

କାଜୁ ଠାରୁ ପିସ୍ତା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ

ଭୁବନେଶ୍ବର: ଆପଣ ଜାଣିଛନ୍ତି କି କାଜୁ ଠାରୁ ପିସ୍ତା ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ । କାରଣ ପିସ୍ତାରେ ଅଧିକ ପ୍ରୋଟିନ୍ ଥାଏ । ଏଥିରେ ୯ ଟି ଅତ୍ୟାବଶ୍ୟକ ଆମିନୋ ଏସିଡ୍ ମଧ୍ୟ ରହିଛି । ଏହି ଡ୍ରାଏଫ୍ରୁଟରେ ପ୍ରାକୃତିକ ଆଣ୍ଟିଅକ୍ସିଡେଣ୍ଟ ଗୁଣ ସହ ଫାଇବରର ମାତ୍ରା ଅଧିକ ଥାଏ । ଯାହା ହଜମ ପ୍ରକ୍ରିୟାକୁ ସହଜ କରିଥାଏ ।

ପିସ୍ତାରେ ଭିଟାମିନ୍ ବି-୬ ଏବଂ ଅନ୍ୟ ପୋଷଣ ତତ୍ତ୍ୱ ରହିଛି । ଯାହା ଶରୀରର ଇମ୍ୟୁନିଟିକୁ ମଜବୁତ କରିଥାଏ । ସେହିପରି ପିସ୍ତାରେ ଆଣ୍ଟିଅକ୍ସିଡେଣ୍ଟ ଭରପୁର ଥାଏ । ତେଣୁ ଏହା ଆଖି ପାଇଁ ଭଲ ।

ଖରାପ କୋଲେଷ୍ଟ୍ରାଲକୁ କମ୍ କରିବା ସହ ଭଲ କୋଲେଷ୍ଟ୍ରାଲକୁ ବୃଦ୍ଧି କରିଥାଏ ପିସ୍ତା । ନିୟମିତ ପିସ୍ତା ଖାଇବା ଦ୍ୱାରା ହାର୍ଟ ସହିତ ଜଡିତ ସମସ୍ୟା କମ ହୋଇଥାଏ । ପିସ୍ତାରେ ମୋନୋଅନସେଚୁରେଟେଡ ଥାଏ , ଯାହା ହାର୍ଟ ପାଇଁ ଭଲ ।

ସେହିପରି ପିସ୍ତାରେ କମ କ୍ୟାଲୋରୀ, ଅଧିକ ପ୍ରୋଟିନ୍ ଏବଂ ଫାଇବର ରହିଥାଏ । ଯାହା ଭୋକକୁ ନିୟନ୍ତ୍ରିତ କରିଥାଏ । ଏହି ସବୁଜ ରଙ୍ଗର ଏହି ଆକର୍ଷଣୀୟ ଡ୍ରାଏଫ୍ରୁଟରେ ଭିଟାମିନ- ଇ ଏବଂ ଆଣ୍ଟିଅକ୍ସିଡେଣ୍ଟ ପ୍ରଚୁର ମାତ୍ରାରେ ମିଳିଥାଏ । ଏହା ତ୍ୱଚାକୁ ସୁସ୍ଥ ରଖେ ।

Comments are closed.