Latest Odisha News

BREAKING NEWS

ସ୍ଥଗିତ ରହିଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୩ ଶେଷ ସେମିଷ୍ଟାର୍‌ ପରୀକ୍ଷା

ଭୁବନେଶ୍ୱର: ଛାତ୍ରୀ ମାନଙ୍କର ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୩ ଶେଷ ସେମିଷ୍ଟାର୍‌ ପରୀକ୍ଷାକୁ କର୍ତ୍ତୃପକ୍ଷ ସୋମବାର ଦିନ ଆସନ୍ତା ୧୫ ଦିନ ଲାଗି ସ୍ଥଗିତ ରଖିଛନ୍ତି ।

ପୂର୍ବରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜୁନ୍ ୨୫ ତାରିଖରେ ପରୀକ୍ଷା ଧାର୍ଯ୍ୟ ହେବା ନେଇ ତାରିଖ ଘୋଷିତ ହୋଇଥିଲା ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଛାତ୍ରୀମାନେ ଏହି ପରୀକ୍ଷାକୁ ସ୍ଥଗିତ ରଖିବାକୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାର କିଛି ଘଣ୍ଟା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ସ୍ଥଗିତ ରଖିଛନ୍ତି ।

ଗଣାମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ସହିତ ବିକ୍ଷୋଭରତ ଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ଉପରେ ଛିଡ଼ା ହୋଇ ବିଭିନ୍ନ ପ୍ଲାକାର୍ଡ଼ ପ୍ରଦର୍ଶନ କରିବା ସହିତ ଦାବି ସମ୍ପର୍କୀତ ସ୍ଲୋଗାନ ମାନ ଦେଇଥିଲେ ।

Leave A Reply

Your email address will not be published.