Latest Odisha News

BREAKING NEWS

ବିଜେପିରେ ଯୋଗଦେଲେ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନୂଆଦିଲ୍ଲୀଠାରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି ।

ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେବା ପରେ ଟ୍ୱିଟ୍ଟ୍ କରି ବୈଜୟନ୍ତ ପଣ୍ଡା କହିଛନ୍ତି, “୯ ମାସର ଆତ୍ମ ବିଶ୍ଳେଷଣ ତଥା ଜନତାଙ୍କ ସହ ବିସ୍ତୃତ ବିଚାରବିମର୍ଷ ପରେ ସବୁଆଡୁ ସମସ୍ତଙ୍କଠୁ ବହୁମାତ୍ରାର ସମର୍ଥନ ପାଇଛି, ସେଥିଲାଗି ମୁଁ କୃତଜ୍ଞ । ଏହି ସମର୍ଥନ ନେଇ ପବିତ୍ର ମହାଶିବରାତ୍ରି ଅବସରରେ ବିଜେପିରେ ଯୋଗ ଦେବାକୁ ଏବଂ ନିଜର ଯଥାସମ୍ଭବ କ୍ଷମତା ପର୍ଯ୍ୟନ୍ତ ଓଡ଼ିଶା ଓ ଭାରତର ସେବା କରିବା ପାଇଁ ଶ୍ରୀ ନରେନ୍ଦ୍ର ମୋଦୀ ମହୋଦୟଙ୍କ ନେତୃତ୍ୱ ଅଧିନରେ କାର୍ଯ୍ୟ କରିବାକୁ, ମୁଁ ନିଷ୍ପତି ନେଇଛି ।”

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମଙ୍କ ଉପସ୍ଥିତିରେ ବୈଜୟନ୍ତ ପଣ୍ଡା ନୂଆଦିଲ୍ଲୀଠାରେ ଆଜି ସନ୍ଧ୍ୟା ସମୟରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଥିବାର ସୂଚନା ମିଳିଛି ।

କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସୋମବାର ସନ୍ଧ୍ୟାରେ ବିଜେପିରେ ମିଶୁଥିବା ବେଳେ ଓଡ଼ିଶା ରାଜ୍ୟ ଭାଜପା ସଭାପତି ବସନ୍ତ ପଣ୍ଡା ଏବଂ ବରିଷ୍ଠ ନେତା କେ ଭି ସିଂହଦେଓ ଉପସ୍ଥିତ ରହିଥିବା ସହିତ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡାଙ୍କ ଦଳରେ ଯୋଗଦାନ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଏହି ଅବସରରେ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ସାମ୍ବାଦିକମାନଙ୍କୁ ବିଜେପିରେ ଯୋଗଦେବା ସମ୍ପର୍କରେ ସୂଚନା ଦେବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ତାଙ୍କର କାର୍ଯ୍ୟଧାରାରେ ଉଦବୁଦ୍ଧ ହୋଇ ବିଜେପିରେ ଯୋଗଦେଇଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.