Latest Odisha News

BREAKING NEWS

ମେଡ଼ିକାଲ୍ ଛାତ୍ରୀଙ୍କୁ ହ୍ୱାଟ୍ସଆପ୍ ରେ ଅଶ୍ଳୀଳ ଭିଡ଼ିଓ ପଠାଇ ଯୁବକ ଗିରଫ

ଭୁବନେଶ୍ୱର: ରାଜଧାନୀର ଏକ ପ୍ରତିଷ୍ଠିତ ମେଡ଼ିକାଲ କଲେଜରେ ପଢୁଥିବା ଜଣେ ଡ଼ାକ୍ତରୀ ଛାତ୍ରୀଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ଅଶ୍ଳିଳ ଭିଡ଼ିଓ ଏବଂ ମେସେଜ୍ ପଠାଇବା ଅଭିଯୋଗରେ କମିଶନରେଟ ପୋଲିସ ରବିବାର ଦିନ ଜଣେ ଯୁବକକୁ ଗିରଫ କରିଛି ।

ମିଳିଥିବା ସୂଚନାନୁଯାୟୀ, ଏସମ୍ପର୍କରେ ନୟାପଲ୍ଲୀ ଥାନାରେ ଜଣେ ଯୁବତୀ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଶିବୁ ପ୍ରସାଦ ପଣ୍ଡା (୨୩) ନାମକ ଜଣେ ଯୁବକ ମେଡ଼ିକାଲ୍ ଛାତ୍ରୀ ଜଣକଙ୍କୁ ଅନେକ ଦିନ ଧରି ଖରାପ ମେସେଜ ଦେଇ ଆସୁଥିଲେ । ଏପରିକି ଯୁବତୀ ଜଣକଙ୍କ ମୋବାଇଲକୁ ଅଶ୍ଳିଳ ଭିଡ଼ିଓମାନ ପଠାଇ ହଇରାଣ କରୁଥିଲେ ଯୁବକ ଜଣକ ବୋଲି ଅଭିଯୋଗ କରିଛନ୍ତି ମେଡ଼ିକାଲ୍ ଛାତ୍ରୀ ଜଣକ ।

ପୋଲିସ ଶିବୁ ପଣ୍ଡାଙ୍କ ଘରେ ଚଢଉ କରିବା ସହିତ ତାଙ୍କୁ ଗିରଫ କରିଛି ।

Leave A Reply

Your email address will not be published.