Latest Odisha News

BREAKING NEWS

କେନ୍ଦ୍ରୀୟ ବଜେଟ୍: ବ୍ରିଫକେସ୍ ବଦଳରେ ଅର୍ଥମନ୍ତ୍ରୀଙ୍କ ବହି-ଖାତା, ୩ କୋଟି ଉଠାଦୋକାନୀଙ୍କୁ ମିଳିବ ପେନସନ୍

ନୂଆଦିଲ୍ଲୀ : ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିଛନ୍ତି ।

ସବୁଥର ଅର୍ଥମନ୍ତ୍ରୀମାନେ ବ୍ରିଫକେସରେ ବଜେଟ୍ ଉପସ୍ଥାପନା କରୁଥିବାବେଳେ ଚଳିତ ଥର ଏହି ମହିଳା ଅର୍ଥମନ୍ତ୍ରୀ ବହି-ଖାତାରେ ବଜେଟ୍ ଉପସ୍ଥାପନା କରିଛନ୍ତି । ଉକ୍ତ ବ୍ରିଫକେସରେ ବଜେଟ୍ ଦସ୍ତାବିଜ୍ ଗୁଡିକୁ ରଖାଯାଉଥିବାବେଳେ ଚଳିତଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଲାଲ୍ କପଡାରେ ସମସ୍ତ ଦସ୍ତାବିଜ୍ ଧରି ସଂସଦକୁ ଆଣିଆସିଥିଲେ ।

ଏହି ବଜେଟ୍ ଉପସ୍ଥାପନା ଆରମ୍ଭରୁ ନିର୍ମଳା କହିଥିଲେ ଯେ, ଚଳିତ ନିର୍ବାଚନ ନୂଆ ଭାରତ ଗଠନ ପାଇଁ ଦିଶା ଦେଖାଇଛି । ଏଥିସହିତ ବିତ୍ତୀୟ ଶୃଙ୍ଖଳା ବଜାୟ ପାଇଁ ପ୍ରଧାନମନ୍ତ୍ରୀ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଆହୁରି ମଧ୍ୟ ବର୍ତ୍ତମାନ ସମୟରେ ଭାରତ ବିଶ୍ୱରେ ତୃତୀୟ ବୃହତ୍ ଅର୍ଥନୀତି ଭାବେ ଉଭା ହୋଇଛି ।

ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦେଶର ୩ କୋଟି ଛୋଟ ଓ ଉଠା ଦୋକାନୀମାନଙ୍କୁ ପେନସନ ପ୍ରଦାନ କରାଯିବ । ଏଥିସହିତ ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧାନ ଯୋଜନାରେ ବାର୍ଷିକ ୧.୫ କୋଟି ଟଙ୍କାରୁ କମ୍ ବ୍ୟବସାୟ କରୁଥିବା ଦୋକାନୀଙ୍କୁ ପେନସନ୍ ପ୍ରଦାନ କରାଯିବ ।

Leave A Reply

Your email address will not be published.