Latest Odisha News

BREAKING NEWS

Union Budget: ରବିବାର ଉପସ୍ଥାପନ ହୋଇପାରେ ୨୦୨୬ ବଜେଟ!

ନୂଆଦିଲ୍ଲୀ: ବଜେଟ ୨୦୨୬ ଏଥର ରବିବାରରେ ଉପସ୍ଥାପନ ହୋଇପାରେ । ୨୦୨୬ ଫେବ୍ରୁଆରୀ ପହିଲା ଏଥର ରବିବାର ପଡୁଛି । ଏହି ଦିନ ଗୁରୁ ରବିଦାସଙ୍କ ଜୟନ୍ତୀ ମଧ୍ୟ ପଡ଼ୁଛି । ୨୦୨୫ରେ ଗୁରୁ ରବିଦାସ ଜୟନ୍ତୀ ୧୨ ଫେବ୍ରୁଆରି ବୁଧବାର ଦିନ ପଡିଥିଲା। ସଂସଦର ବଜେଟ୍ ଅଧିବେଶନ ମଧ୍ୟରେ ଏହା ପଡ଼ିଥିଲା । ଏହି କାରଣ ଯୋଗୁ ସଂସଦର ଉଭୟ ଗୃହରେ କୌଣସି ବୈଠକ ହୋଇ ନ ଥିଲା ।

ଏହା ପୂର୍ବରୁ ୧୮ ଫେବ୍ରୁଆରି ୧୯୮୧ରେ ଗୁରୁ ରବିଦାସ ଜୟନ୍ତୀରେ ସଂସଦର କାର୍ଯ୍ୟକଳାପକୁ ସ୍ଥଗିତ ରଖାଯାଇଥିଲା । ଫେବ୍ରୁଆରି ୧ ରେ ବଜେଟ୍ ଉପସ୍ଥାପନ ହେଲେ ୨୦୧୭ରେ ବଜେଟ୍ ତାରିଖ ପରିବର୍ତ୍ତନ ପରେ ପ୍ରଥମ ଥର ରବିବାର ବଜେଟ୍ ଆସିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଏହା ୮ମ ବଜେଟ୍ ଏବଂ ମୋଦି ସରକାରଙ୍କ ତୃତୀୟ ପାଳିର ଦ୍ୱିତୀୟ ପୂର୍ଣ୍ଣ ବଜେଟ ହେବ। ଲଗାତର ୮ଟି ବଜେଟ ଉପସ୍ଥାପନା କରିଥିବା ଦେଶର ପ୍ରଥମ ଅର୍ଥମନ୍ତ୍ରୀ ହେବେ ସୀତାରମଣ।

Leave A Reply

Your email address will not be published.