Latest Odisha News

BREAKING NEWS

ଚଳିତ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ସପ୍ତାହରେ ଓଡ଼ିଶା ଗସ୍ତରେ ଆସିବେ । ଅଗଷ୍ଟ ୧୭ ତାରିଖ କେନ୍ଦ୍ରମନ୍ତ୍ରୀ ନିର୍ମଳା ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଭୁବନେଶ୍ୱରରେ ଆୟୋଜିତ ନାସନାଲ ଚାଟାର୍ଡ ଆକାଉଣ୍ଟସ କନଫରେନ୍ସକୁ ଉଦ୍‌ଘାଟନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଏ ବିଷୟରେ ସୂଚନା ଦେଇ ସଂସ୍ଥାର ଚେୟାରମ୍ୟାନ ରାଜୀବ ସାହୁ କହିଛନ୍ତି, ଅର୍ଥମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ତିନିଆ ଦିନିଆ କନଫରେନ୍ସରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଥାଉ କି, ଏହି କନଫରେନ୍ସ  ଅଢେଇ ଦିନ ଚାଲିବ । ଆଇସିଏଆଇ ଭୁବନେଶ୍ୱର ଅଧ୍ୟକ୍ଷ  ପ୍ରଦୀପ ସାହୁ ଏ ବିଷୟରେ ସୂଚନା ଦେଇ କହିଛନ୍ତି, ପ୍ରଧମ ଦିନ ଇନାଗୁରେସ ପରେ ଶେଷ ଦୁଇ ଦିନ ଜିଏସଟି ଏବଂ ଅଡିଟିଂ ଉପରେ ଆଲୋଚନା ହେବ ।

Leave A Reply

Your email address will not be published.