Latest Odisha News

ଅଭୁଲା ଗୀତ : ମାରନା ଆଖି ଛୁରିରେ

ଗାୟନ : ମହମ୍ମଦ୍ ସିକନ୍ଦର ଆଲାମ୍‌, ସିପ୍ରା ବୋଷ
ଗୀତ : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ
ଚଳଚ୍ଚିତ୍ର : ମାଣିକଯୋଡ଼ି, ୧୯୬୩
ମାରନା ଆଖି ଛୁରିରେ
ନାୟକ: ମାରନା ଆଖି ଛୁରିରେ
ମାରନା ଆଖି ଛୁରିରେ
ମଲିଣି ମୁଁ ଚାନ୍ଦଗୋରୀରେ
ନାୟିକା: ସରୁକୁହା ତୋର ଭାରିରେ
ସରୁକୁହା ତୋର ଭାରିରେ
ନାୟକ: ମଲିଣି ମୁଁ ଚାନ୍ଦଗୋରୀରେ
ମାରନା ଆଖି ଛୁରିରେ
ନାୟିକା: ଦେଖିଲେ ତୁ କହୁ ମୋର
ନ ଦେଖିଲେ ସାତପର
ନ ଦେଖିଲେ ସାତପର
ନାୟକ: ଦେହ ଛୁଇଁ କହେ ତୋର
ଦେହ ଛୁଇଁ କହେ ତୋର
ରାତି ଦିନ ସରେ ଝୁରି
ନାୟିକା: ଜାଣେ ଜାଣେ ଦଗାଦାର
ଯାରେ ଯା ଯା ଯା ବାହାରିରେ
ନାୟକ: ମାରନା ଆଖି ଛୁରିରେ
ନାୟିକା: ସରୁକୁହା ତୋର ଭାରିରେ
ନାୟକ: ଛବି ତୋର ଲେଖି ସହୀ
ଛାତିରେ ରଖିଛି ମୁହିଁ
ଛାତିରେ ରଖିଛି ମୁହିଁ
ନାୟିକା: ମିଛରେ ସାରିଛୁ ତୁହି
ମିଛରେ ସାରିଛୁ ତୁହି
ମହତ ଦେଉଛୁ ସାରି
ନାୟକ: ଚାକର ମୁଁ ତୋର ପରା
ନାୟିକା: ଭୁଲି ଯା ଯା ଯା ବାହାରିରେ
ନାୟକ: ମାରନା ଆଖି ଛୁରିରେ
ନାୟିକା: ସରୁକୁହା ତୋର ଭାରିରେ

 

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

 

Leave A Reply

Your email address will not be published.