Latest Odisha News

BREAKING NEWS

ବିଧାନସଭାରେ ଉପସ୍ଥାପିତ ହେଲା ୨୮,୨୦୦ କୋଟି ଟଙ୍କାର ଅତରିକ୍ତ ବଜେଟ

ଭୁବନେଶ୍ୱର: ବିଧାନସଭାରେ ଅତିରିକ୍ତ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ୨୦୨୩-୨୪ ପାଇଁ ଅତିରିକ୍ତ ୨୮ ହଜାର ୨୦୦ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ।

ପ୍ରଶାସନିକ ବ୍ୟୟ ୨, ୮୬୪ କୋଟି, କାର୍ଯ୍ୟକ୍ରମ ବ୍ୟୟ ୨୦, ୧୦୦ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବ୍ୟୟ ୪, ୬୬୪ କୋଟି ଏବଂ ରାଜ୍ୟ ବଜେଟରୁ ସ୍ଥାନାନ୍ତର ୫୭୨ କୋଟି । ଏହିପରି ୨୮, ୨୦୦ କୋଟିର ବ୍ୟୟ ବରାଦର ହିସାବ ଦେଇଛନ୍ତି ଅର୍ଥମନ୍ତ୍ରୀ ।

ଅତିରିକ୍ତ ବଜେଟରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା ପାଇଁ ୧, ୩୦୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିପରି ବିଦ୍ୟାଳୟରେ ଅତିରିକ୍ତ ଶ୍ରଣୀଗୃହ ନିର୍ମାଣ ପାଇଁ ୧୫୩ କୋଟି, ଛାତ୍ରଛାତ୍ରୀଙ୍କ ପରିଧାନ ଯୋଜନା ପାଇ ୧୧୦ କୋଟି, ଓଡ଼ିଶା ମେଟ୍ରୋ ରେଳ ପରିବହ ପାଇଁ ୨୧୦ କୋଟି, ସହରୀ ଭିତ୍ତିଭୂମି ବିକାଶ ପାଇ ୧୦୦ କୋଟି ବ୍ୟୟ ବରାଦ କରାଯାଇଛି ।

ସେହିପରି ଡ୍ରାଇଭର ଓ ଶ୍ରମିକ କଲ୍ୟାଣ ଯୋଜନା ପାଇଁ ୨୧ କୋଟି, ଜାଗୃତି ଯୋଜନା ଅଧୀନରେ ଲିଙ୍ଗ ଭିତ୍ତିକ ହିଂସା ପୀଡିତା ମହିଳାଙ୍କ ସୁରକ୍ଷା, ବିକାଶ ଓ ସଶକ୍ତୀକରଣ ପାଇଁ ୩୮ କୋଟି ଟଙ୍କା ପ୍ରଦାନ କରିଛନ୍ତି ।ସେହିପରି, ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଂଯୋଗୀକରଣ ପାଇଁ ୨୫୨ କୋଟି ଟଙ୍କାର ବ୍ୟୟ ବରାଦ ଅତିରିକ୍ତ ବଜେଟରେ ରହିଛି ।

ସେହିପରି କୃଷକ କଲ୍ୟାଣ, ଖାଦ୍ୟ ନିରାପତ୍ତା ଓ ଜନସେଚନ ସୁବିଧା ପାଇଁ ମୋଟ ୪, ୪୩୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ବିଶନ ଶକ୍ତି ପାଇଁ ରହିଛି ୭୮୩ କୋଟିର ବ୍ୟୟବରାଦ । ସେହିପରି ଜନସ୍ୱାସ୍ଥ୍ୟ ସେବ ପାଇଁ ରହିଛି ୮୬୨ କୋଟି, ମହିଳା ସଶକ୍ତୀକରଣ ଓ ଶିଶୁ ବିକାଶ ପାଇଁ ରହିଛି ୪୬୯ କୋଟିର ବଜେଟ ।

Leave A Reply

Your email address will not be published.