Latest Odisha News

ସାମୀଙ୍କ ବୋଲିଂରେ ଅଷ୍ଟ୍ରେଲିଆ ଧରାଶାୟୀ, ଭାରତ ସମ୍ମୁଖରେ ୨୭୭ ରନର ଟାର୍ଗେଟ

ମୋହାଲୀ: ସ୍ଥାନୀୟ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୨୭୭ ରନର ବିଜୟ ଲକ୍ଷ୍ୟ ରଖିଛି । ମହମ୍ମଦ ସାମୀଙ୍କ ଚମତ୍କାର ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ଓପନର ଡେଭିଡ ୱାର୍ଣ୍ଣର ୫୨ ରନ କରିଥିବା ବେଳେ ଷ୍ଟିଭ ସ୍ମିଥ ୪୧ ରନ ସଂଗ୍ରହ କରିଥିଲେ । ୱାର୍ଣ୍ଣର ଓ ସ୍ମିଥ ଦ୍ୱିତୀୟ ୱିକେଟରେ ୧୦୬ ବଲରେ ୯୪ ରନ କରିବା ଯୋଗୁ ଦଳ ଏକ ଆଭରେଜ ସ୍କୋର କରିପାରିଥିଲା । ଜୋଶ ଇଂଗିଲ୍ସ ଶେଷ ଭାଗରେ ଗୁରୁତ୍ୱପୂର୍ଣ୍ଣ ୪୫ ରନ ଯୋଗ କରିଥିଲେ ।

ସାମୀଙ୍କ ୫ ୱିକେଟ ବ୍ୟତୀତ ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ, ରବିଚନ୍ଦ୍ରନ ଅଶ୍ୱୀନ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଁଏ ୱିକେଟ ହାସଲ କରିଥିଲେ । ବର୍ଷା ଯୋଗୁ ୩୫.୪ ଓଭର ବେଳକୁ ମ୍ୟାଚକୁ ରୋକା ଯାଇଥିଲା । କିଛି ସମୟ ପରେ ବର୍ଷା ଛାଡିବା ଯୋଗୁ ମ୍ୟାଚ ଆରମ୍ଭ ହୋଇଥିଲା । ଟସ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।

Leave A Reply

Your email address will not be published.