Latest Odisha News

ପାକିସ୍ତାନ କ୍ରିକେଟରେ ଆର୍ଥୀକ ସଙ୍କଟ: ଖେଳାଳିଙ୍କୁ ମିଳୁନି ଦରମା

ଇସଲାମବାଦ: ପାକିସ୍ତାନ କ୍ରିକେଟ ବୋର୍ଡର ଆର୍ଥୀକ କ୍ଷତି ଦିନକୁ ଦିନ ବଢ଼ିବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି ଯେ, ବୋର୍ଡ ଏବେ ଦଳର ଷ୍ଟାର ଖେଳାଳିଙ୍କୁ ଦରମା ମଧ୍ୟ ପ୍ରଦାନ କରିପାରୁ ନାହିଁ । ପ୍ରକାଶିତ ରିପୋର୍ଟ ଅନୁସାରେ ଆଇସିସି ଟୁର୍ଣ୍ଣାମେଂଟରେ ଦଳ ଖରାପ ପ୍ରଦର୍ଶନ କରୁଥିବା ବେଳେ ଦଳ ମଧ୍ୟରେ ଏକତା ରହୁ ନାହିଁ । ବାବର ଆଜମ, ମହମ୍ମଦ ରିଜୱାନ ଓ ଶାହୀନ ଆଫ୍ରିଦୀଙ୍କ ପରି ଷ୍ଟାର ଖେଳାଳି ଜୁଲାଇରୁ ଏ ପର୍ଯ୍ୟନ୍ତ ଦରମା ପାଇ ନାହାନ୍ତି । ଯାହା କି ଏକ ଚିନ୍ତାର କାରଣ । ପିସିବିକୁ ସେମାନେ ଏ ସମ୍ପର୍କରେ ବାରମ୍ବାର ମନେ ପକାଉଥିଲେ ମଧ୍ୟ ଠିକ ଉତର ପାଉ ନାହାନ୍ତି ।

ପିସିବି ପକ୍ଷରୁ ଏ ସମ୍ପର୍କରେ କୌଣସି ବୟାନ ଜାରୀ କରାଯାଇ ନାହିଁ । ମହିଳା କ୍ରିକେଟ ଟିମ ମଧ୍ୟ ସମାନ ପରିସ୍ଥିତିର ସାମ୍ନା କରୁଛି । ଏବେ ଦଳ ମହିଳା ଟି୨୦ ବିଶ୍ୱକପ ଖେଳୁଥିଲେ ମଧ୍ୟ ସେମାନଙ୍କ ଦରମା ମଧ୍ୟ କ୍ଲିୟର କରାଯାଇ ନାହିଁ । ପାକିସ୍ତାନରେ ଆନ୍ତର୍ଜାତୀୟ କ୍ରିକେଟ ଆୟୋଜନ କମି ଯାଇଛି । ଯାହା ଫଳରେ ବୋର୍ଡର ଆୟ କମି ଯାଉଛି ।

Leave A Reply

Your email address will not be published.