ଘରେ ପ୍ରସ୍ତୁତ କରନ୍ତୁ ଚିକେନ୍ ଲଲିପପ୍ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ବିଧି ।
ଆବଶ୍ୟକ ସାମଗ୍ରୀ
ଲେଗ୍ ପିସ୍ ଚିକେନ ୪୦୦ ଗ୍ରାମ, ତେଲ ଆବଶ୍ୟକ ପରିମାଣରେ, ଅଦା ରସୁଣ ବଟା ୩ ଚାମଚ, ଲଙ୍କା ଗୁଣ୍ଡ ଆବଶ୍ୟକ ଅନୁଯାୟୀ, ଲୁଣ ଆବଶ୍ୟକ ଅନୁଯାୟୀ, ଗୋଲମରିଚ ଗୁଣ୍ଡ ୧ଚାମଚ, ସୋୟା ସସ ୧ ଚାମଚ, ଟମାଟୋ, ସସ ୧ ଚାମଚ, ମଇଦା ୨ଚାମଚ, ଅଣ୍ଡା ୧ଟି, କଣ୍ଣଫ୍ଲୋର ୨ ଚାମଚ, ପିଆଜ ୧ଟି, ଲେମ୍ବୁ ୧ଟି
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଚିକନେକୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ଏଥିରେ ସୋୟା ସସ୍, ଅଦା ରସୁଣ ବଟା, ଟମାଟୋ ସସ୍ , ଗୋଲମରିଚ ଗୁଣ୍ଡ, ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ୩୦ ମିନିଟ ଫ୍ରିଜରେ ରଖି ଦିଅନ୍ତୁ। ୩୦ ମିନିଟ ପରେ ଏଥିରେ ସାମାନ୍ୟ ହଳଦୀ ଗୁଣ୍ଡ, ମଇଦା , କଣ୍ଣଫ୍ଲୋର, ଲଙ୍କା ଗୁଣ୍ଡ, ଅଳ୍ପ ଲୁଣ, ଏକ ଅଣ୍ଡା ଭାଙ୍ଗି ଏଥିରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଗୋଳାଇ ରଖିଥିବା ଚିକେନକୁ ଛାଣନ୍ତୁ। ଭଲ ଭାବେ ଛାଣିବା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ। ଗୋଲ ଆକାରର ପିଆଜ ଓ ଲେମ୍ବୁ କାଟି ଏହାର ଚାରି ପାଖରେ ସଜାଇ ଦିଅନ୍ତୁ। ଏବେ ଗରମ ଗରମ ପରଷନ୍ତୁ ଚିକେନ୍ ଲଲିପପ ।
Comments are closed.